ଓଡ଼ିଶାଲାଇଭ୍ ବ୍ୟୁରୋ

 

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ମାମଲାରେ ଭୁବନେଶ୍ଵର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ପ୍ରଦୀପଙ୍କ ନାଁରେ ଚାର୍ଜସିଟ ଦାଖଲ କରାଯାଇଛି। ପ୍ରଦୀପ ପାଣିଗ୍ରାହୀଙ୍କ ପାଖରେ ୯ କୋଟି ୧୮ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ରହିଥିବା ଏହି ଚାର୍ଜସିଟରେ ଉଲେଖ ରହିଛି।

ରାଜ୍ୟ ଲୋକୟୁକ୍ତଙ୍କଠାରୁ ଅନୁମତି ମିଳିବାପରେ ଭିଜିଲାନ୍ସ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ପ୍ରଦୀପଙ୍କ ସମେତ ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀଙ୍କ ନାଁରେ ମଧ୍ୟ ଚାର୍ଜସିଟ ଦାଖଲ ହୋଇଛି। ଏବେ ଏହି ଚାର୍ଜସିଟ ଅଧାରରେ କୋର୍ଟ ପ୍ରଦୀପଙ୍କ ବିରୋଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଟାଟା କମ୍ପାନିରେ ଚାକିରି ଦେବା ନାଁରେ ଟଙ୍କା ଠକେଇ କରିଥିବା ମାମଲାରେ ୨୦୨୦ ଡିସେମ୍ବର ମାସରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରଯାଇଥିଲା। ତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାର ତଦନ୍ତ ପାଇଁ ଭିଜିଲାନ୍ସ ପକ୍ଷରୁ ରାଜ୍ୟ ଲୋକାୟୁକ୍ତଙ୍କୁ ରିପୋର୍ଟ ଦିଆଯାଇଥିଲା।

ମାମଲା ରୁଜୁ ହେବାପରେ ୨୦୨୧ ମସିହାରେ ଲୋକାୟୁକ୍ତ ଆଇନ ୨୦୧୪ର ଅଧିନିୟମ ୨୦ ଅନୁସାରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିଲା। ଏଥିରେ ପ୍ରଦୀପ ପାଣିଗ୍ରାହୀ କ୍ଷମତାରେ ଥାଇ ୯ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଜଣା ପଡ଼ିଥିଲା। ପ୍ରଦୀପ ମଧ୍ୟ ଏହି ସମ୍ପତ୍ତି ବବାଦରେ କିଛି ସଠିକ ତଥ୍ୟ ଦେଇପାରିନଥିଲେ।

ଅନ୍ୟପଟେ ପ୍ରଦୀପ ପାଣିଗ୍ରାହୀ ନିଜର ଗିରଫଦାରି ବିରୋଧରେ ଓଡ଼ିଶା ହାଇକୋର୍ଟରେ ଆବେଦନ କରିଥିଲେ। ଏହାପରେ ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା। ସେ ୨୦୨୧ ମସିହା ଜୁନ ମାସରେ ଜେଲରୁ ବାହାରିଥିଲେ। ଏହି ମମାଲାରେ ଗିରଫ ହେବା ପରେ ପ୍ରଦୀପଙ୍କୁ ବିଜେଡି ପକ୍ଷରୁ ଦଳରୁ ବହିଷ୍କୃତ କରଯାଇଥିଲା

Tags: #PradeepPanigrahi #ChargeSheet #DisproportionateassetCase #MLA #Vigilance

 

Comment