ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୪ରେ ଓଡ଼ିଶାରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ୧୮୧ ଜଣ ସରକାରୀ ବାବୁ। ଚଳିତବର୍ଷ ଭିଜିଲାନ୍ସ ୨୦୦ରୁ ଅଧିକ ଫୌଜଦାରୀ ମାମଲା ରୁଜ୍ଜୁ କରିଛି। ଏହାସହ ମୋଟ ୧୩୧ କୋଟି ଟଙ୍କାର ସମ୍ପତି ଜବତ କରିଛି ଭିଜିଲାନ୍ସ। ମଙ୍ଗଳବାର ବର୍ଷ ଶେଷରେ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ କୁମାର ଜେଠୱା।
ରାଜ୍ୟ ଭିଜିଲାନ୍ସର ତଥ୍ୟ ଅନୁଯାୟୀ ୨୦୨୪ରେ ୫୦ ଜଣ କ୍ଲାସ ୱାନ୍ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏଥିରେ ୬ ଜଣ ମୁଖ୍ୟଯନ୍ତ୍ରୀ, ଜଣେ ଯୁଗ୍ମ ଅବକାରୀ କମିଶନର, ଜଣେ ମତ୍ସ୍ୟ ଉପନିର୍ଦ୍ଦେଶକ, ଦୁଇଜଣ ଜିଏସଟି ସହାୟକ କମିଶନର, ଜଣେ ଜେଲ ସୁପରିଣ୍ଟେଣ୍ଡେଣ୍ଟ, ଜଣେ ସବ-କଲେକ୍ଟର ଏବଂ ଅନେକ ଅନ୍ୟ ଅଧିକାରୀଙ୍କ ଘରେ ଚଢ଼ଉ ହୋଇଛି।
ସେହିପରି ଚଳିତ ବର୍ଷ ବିଭିନ୍ନ ଦୁର୍ନୀତି ଅଭିଯୋଗରେ ୧୯ ଜଣ ଇଞ୍ଜିନିୟର, ୨୨ ଜଣ ରାଜସ୍ୱ ଅଧିକାରୀ, ୨୦ ଜଣ ପିଆର ଏବଂ ଡିଡବ୍ଲୁ ଅଧିକାରୀ, ୯ ଜଣ ପୋଲିସ ଅଧିକାରୀ, ୫ ଜଣ ଡାକ୍ତର, ୩ ଜଣ ବନ କର୍ମଚାରୀ ଏବଂ ୩ ଜଣ ଆଇସିଡିସି କର୍ମଚାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏହାବ୍ୟତୀତ ୨୫ ଜଣ ସରକାରୀ କର୍ମଚାରୀଙ୍କୁ ତାଙ୍କ ଚାକିରୀରୁ ବହିଷ୍କାର କରାଯାଇଛି।
ଅନ୍ୟପଟେ ଭିଜିଲାନ୍ସ ପକ୍ଷରୁ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି। ଏଥିରେ ମୋଟ ୬୦ଟି ମାମଲା ପଞ୍ଜିକରଣ କରାଯାଇଥିବାବେଳେ ଏଥିରୁ ୧୩୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରିଯାଇଛି। ଏହାସହ ୯୯ ଜଣ ସରକାରୀ ଅଧିକାରୀ ଟଙ୍କା ଲାଞ୍ଚ ନେଉଥିବାବେଳେ ରେଡ୍ ହ୍ୟାଣ୍ଡେଡ୍ ଧରାପଡ଼ିଛନ୍ତି।
Tags: #Vigilance #Corruption #GovtOfficers #Odisha