ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିରୁ ଇସ୍ତଫା ଦେଇଛନ୍ତି ଜୟଦେବ ବିଧାୟକ ଅରବିନ୍ଦ ଢାଲି। ଶନିବାର ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦ ଛାଡ଼ିଛନ୍ତି। ଅରବିନ୍ଦ ଢାଲି ନିଜ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି। ଏହାପରେ ବିଜେପିରେ ଯୋଗଦେବେ ବୋଲି ସେ କହିଛନ୍ତି।  

“ମୁଁ ଲୋକଙ୍କ ମତାମତ ଗ୍ରହଣ କରି ବିଜେଡିରୁ ଇସ୍ତଫା ଦେଇଛି। ଆସନ୍ତାକାଲି ବିଜେପିରେ ଯୋଗ ଦେଇ ଘରବହୁଡ଼ା କରିବି। ମତେ କ’ଣ ଦାୟିତ୍ୱ ମିଳିବ ତାହା ଦଳ ନିଷ୍ପତ୍ତି ନେବ। ନିର୍ବାଚନ ଲଢ଼ିବି କି ନାହିଁ ସେ ନେଇ ଆଗକୁ ଜଣାଇବି”, କହିଛନ୍ତି ଅରବିନ୍ଦ ଢାଲି।

ଅରବିନ୍ଦ ଢାଲି ୧୯୯୨ ମସିହାରେ ମାଲକାନଗିରି ବିଧାନସଭା ଉପନିର୍ବାଚନରେ ବିଜେପି ଟିକେଟରେ ଲଢ଼ି ବିଜୟୀ ହୋଇଥିଲେ। ସେ ୧୯୯୨ରୁ ୨୦୦୪ ମସିହା ମଧ୍ୟରେ ମାଲକାନଗିରିରୁ ୩ଥର ବିଧାୟକ ହୋଇଥିଲେ। ଏହାସହ ସେ ବିଜେଡି-ବିଜେପି ମେଣ୍ଟ ସରକାରରେ ରାଜ୍ୟ ପରିବହନ ମନ୍ତ୍ରୀ ଥିଲେ।

ଏହାପରେ ୨୦୦୬ରେ ବିଜେପିରୁ ଇସ୍ତଫା ଦେଇ ଭାରତୀୟ ଜନଶକ୍ତି ପାର୍ଟିରେ ଯୋଗ ଦେଇଥିଲେ। ଏହାପରେ ୨୦୦୯ରେ ସେ ବିଜେଡିରେ ସାମିଲ ହୋଇଥିଲେ। ସେହିବର୍ଷ ବିଧାନସଭା ନିର୍ବାଚନରେ ଜୟଦେବ ଆସନରୁ ବିଜେଡି ଟିକେଟରେ ଲଢ଼ି ବିଜୟୀ ହୋଇଥିଲେ। ଏହାପରେ ସେ ୨୦୧୯ ମସିହାରୁ ଜୟଦେବ ଆସନରୁ ବିଧାୟକ ଅଛନ୍ତି।

Tags: #ArabindaDhali #MLA #JayadevAssembly #BJD #BJP #Politics #Odisha       

LEAVE A REPLY

Please enter your comment!
Please enter your name here