ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

deepika south film-1

ବଲିଉଡରେ ଲୋକପ୍ରିୟ ଅଭିନେତ୍ରୀ ତାଲିକାରେ ସବୁଠାରୁ ଶୀର୍ଷରେ ଅଛନ୍ତି ଦୀପିକା ପାଦୁକୋନ। କେବଳ ବଲିଉଡ ନୁହେଁ ହଲିଉଡରେ ମଧ୍ୟ ତାଙ୍କ ଚର୍ଚ୍ଚା। ତେବେ ପ୍ରାୟ ସମସ୍ତେ ଜାଣନ୍ତି ଫିଲ୍ମ ‘ଓମ୍ ଶାନ୍ତି ଓମ୍’ ଜରିଆରେ ସେ ଫିଲ୍ମ ଜଗତରେ ଡେବ୍ୟୁ କରିଥିଲେ। କିନ୍ତୁ ଏହା ପୂର୍ବରୁ ଏକ କନ୍ନଡ଼ ଫିଲ୍ମରେ ନଜର ଆସିଛନ୍ତି ଦୀପିକା। ଏହା ଫିଲ୍ମର ନାଁ ଥିଲା ‘ଐଶ୍ୱର୍ଯ୍ୟା’।

CGU new

୨୦୦୬ ମସିହାରେ ଦୀପିକା କନ୍ନଡ଼ ଫିଲ୍ମ ‘ଐଶ୍ୱର୍ଯ୍ୟା’ ଜରିଆରେ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ। ଏଥିରେ ତାଙ୍କ ସହ ଲିଡ୍ ରୋଲରେ ଥିଲେ ସାଉଥ୍ ଅଭିନେତା ଉପେନ୍ଦ୍ର। ଏହି ଫିଲ୍ମଟି ତେଲୁଗୁ ଫିଲ୍ମ ‘ମନମଧୁଦୁ’ର ରିମେକ୍ ଥିଲା। ଫିଲ୍ମଟି ବହୁତ ହିଟ୍ ମଧ୍ୟ ହୋଇଥିଲା।

deepika-prabhas

ତେବେ ଆଗକୁ ଦୀପିକା ପୁଣି ଫେରୁଛନ୍ତି ସାଉଥ୍ ଇଣ୍ଡଷ୍ଟ୍ରୀକୁ। ‘ବାହୁବଳୀ’ ଅଭିନେତା ପ୍ରଭାସଙ୍କ ସହ ଏକ ବଡ଼ ବଜେଟର ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ଦୀପିକା। ଏହି ଫିଲ୍ମଟିର ଏପର୍ଯ୍ୟନ୍ତ ନାମକରଣ କରାଯାଇନାହିଁ ଏବଂ ଏହା ତେଲୁଗୁ, ତାମିଲ ଏବଂ ହିନ୍ଦୀ ଭାଷାରେ ରିଲିଜ୍ କରାଯିବ ବୋଲି କୁହାଯାଉଛି।

Comment