ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ମସ୍ତାନୀଙ୍କ ସହ ବିବାହ ତାରିଖକୁ ଘୁଞ୍ଚାଇଲେ ବାଜିରାଓ। କହିଲେ, ଏବେ ବିବାହ ନାହିଁ। ପ୍ରଥମେ କ୍ୟାରିଅର ଉପରେ ଫୋକସ୍।

ବଲିଉଡରେ ଜଣକ ପରେ ଜଣେ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଦୀର୍ଘ ଦିନ ଧରି ବଲିଉଡର ବାଜିରାଓ ଏବଂ ମସ୍ତାନୀଙ୍କର ବିବାହ ନଭେମ୍ବର ୧୦ତାରିଖରେ ହେବାର ଖବର ଜୋର୍ ସୋର ଚାଲିଥିଲା। କିନ୍ତୁ ଏବେ ଏହାକୁ ସିଧାସିଧା ପ୍ରତ୍ୟାଖ୍ୟାନ କରିଛନ୍ତି ରଣବୀର।

ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ବିବାହକୁ ଏବେ ରୋକ ଲଗାଇଛନ୍ତି ରଣବୀର ସିଂହ। ବିବାହକୁ ନେଇ ରଣବୀର କହିଛନ୍ତି, “ବିବାହକୁ ନେଇ ମୋର ବର୍ତ୍ତମାନ କିଛି ପ୍ଲାନ୍ ନାହିଁ। ଆକ୍ଟିଂ ଏବଂ ଫିଲ୍ମରେ ଆହୁରି ଆଗକୁ ବଢ଼ିବାର ସ୍ୱପ୍ନ ରହିଛି।”

ସୂଚନାମୁତାବକ ରଣବୀରଙ୍କର ଫୋକସ୍ ଏବେ ଫିଲ୍ମ ପ୍ରଯୋଜନାରେ ଆଗାମୀ ଦିନରେ ବଲିଉଡକୁ କିପରି ଭଲ ଭଲ ଫିଲ୍ମ ଭେଟି ଦେଇପାରିବେ ସେ ନେଇ ଖୁବ ବ୍ୟସ୍ତ ଅଛନ୍ତି ରଣବୀର।

ବିବାହକୁ ନେଇ ରଣବୀର ଏପରି ମନ୍ତବ୍ୟ ଦେବାପରେ ଏବେ ତାଙ୍କ ଫ୍ୟାନମାନେ ଏଥିରେ ଖୁବ୍ ମର୍ମାହତ ହୋଇଛନ୍ତି। ଆପଣଙ୍କୁ ଜଣାଇ ଦେଉଛୁ ରଣବୀର ଏବଂ ଦୀପିକା ୫ ବର୍ଷ ପୂର୍ବେ ସଞ୍ଜୟଲୀଲା ଭନ୍‌ସାସାଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ଗୋଲିଓ କି ରାସଲୀଲା ରାମଲୀଲା ରେ ପ୍ରଥମ ଥର ସ୍କ୍ରିନ୍ ସେୟାର କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

Comment