ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ଦୀପ୍‌-ବୀରଙ୍କ ବିବାହ ପରେ ଦୀପିକାଙ୍କ ସର୍‌ନେମ୍‌ ବଦଳିନି ବରଂ ବଦଳିଛି ରଣବୀର ସିଂହଙ୍କ ସର୍‌ନେମ୍‌।

ଅଭିନେତ୍ରୀ ଐଶର୍ଯ୍ୟା ରାୟ, ସୋନମ କପୁର ଓ ପ୍ରିୟଙ୍କା ଚୋପ୍ରାଙ୍କ ବିବାହ ପରେ ନିଜ ସର୍‌ନେମ୍‌ ବଦଳି ଯାଇଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୀପିକା ପାଦୁକୋନଙ୍କ ସର୍‌ନେମ୍‌ ବଦଳି ନାହିଁ। ଏହାକୁ ନେଇ ସିନେମା ପ୍ରେମୀଙ୍କ ମଧ୍ୟରେ ବେଶ୍‌ ଚର୍ଚ୍ଚା ଲାଗିରହିଛି।

ଦୀପ୍‌-ବୀରଙ୍କ ବିବାହକୁ ଏକ ମାସ ବିତି ଯାଇଛି। ଇତି ମଧ୍ୟରେ ଦୀପିକାଙ୍କ ସର୍‌ନେମ୍‌ ବଦଳି ନାହିଁ ବରଂ ରଣବୀର ସିଂହଙ୍କ ବଦଳିଯାଇଛି। ନିକଟରେ ଫିଲ୍ମଫେୟାର ଇଣ୍ଟର୍‌ଭ୍ୟୁରେ ଦୀପିକା ନିଜ ସର୍‌ନେମ୍‌କୁ ନେଇ ବଡ଼ ଖୁଲାସା କରିଛନ୍ତି।

ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଏକ ଭିନ୍ନ ଶୈଳୀରେ ଦେବାକୁ ଯାଇ ଦୀପିକା କହିଛନ୍ତି, “ମୁଁ ଦୀପିକା ପାଦୁକୋନ, ରଣବୀର ସିଂହ ପାଦୁକୋନଙ୍କ ସ୍ତ୍ରୀ”।

Comment