ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ବିଶ୍ଵକପ ପାଇଁ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହୋଇଛି ଉଦଘାଟନୀ ଉତ୍ସବ। ବୁଧବାର ସନ୍ଧ୍ୟା ୬ଟାରେ ଆରମ୍ଭ ହୋଇଛି ବଲିଉଡ ଷ୍ଟାର ନାଇଟ୍। ଓଡ଼ିଆ କଳାକାରଙ୍କ ସହ ବଲିଉଡ୍‌ ସେଲିବ୍ରିଟଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ଦେଖାଦେଇଛି ଉତ୍କଣ୍ଠା। ଉଦଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦେଶବିଦେଶର ଅତିଥି ଯୋଗଦେଇଛନ୍ତି।

ଉଦଘାଟନୀ କାର୍ଯ୍ୟକ୍ରମ ଆରମ୍ଭରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉପରେ ଏକ ଲେଜର ଶୋ ଆୟୋଜିତ ହୋଇଛି। ଏହାପରେ ନୃତ୍ୟ ଗୁରୁ ଅରୁଣା ମହାନ୍ତିଙ୍କ ତତ୍ୱାବଧାନରେ ଓଡ଼ିଶାର କଳାକାରମନେ ରାଜ୍ୟର ବିଭିନ୍ନ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଛନ୍ତି।

ହକି ବିଶ୍ଵକପ୍‌ ୨୦୨୩ର ଅଫିସିଆଲ ଗୀତର ଲେଖକ ପ୍ରୀତମଙ୍କ ବଲିଉଡର ଅନ୍ୟାନ୍ୟ ସୁନାମଧନ୍ୟ କଣ୍ଠ ଶିଳ୍ପୀମନେ ମଞ୍ଚରେ ଗୀତ ଗାଇଛନ୍ତି। ‘ହକି ହେ ଦିଲ ମେରା’ ଗୀତରେ ଝୁମିଛି ସମଗ୍ର ଷ୍ଟାଡିୟମ। ପ୍ରୀତମଙ୍କ ସହ ବେନି ଦୟାଲ, ନୀତି ମୋହନ, ଅନ୍ତରା ମିତ୍ର, ଶ୍ରୀମା ଚନ୍ଦ୍ରା, ନକାସ ଅଜିଜ, ଶାଲମଲି ଖୋଲଗାଡେ ପ୍ରମୁଖ ବଲିଉଡ କଣ୍ଠଶିଳ୍ପୀଙ୍କ ସଙ୍ଗୀତର ମଜା ନେଇଛନ୍ତି ଦର୍ଶକ।

ଉଦଘାଟନୀ ଉତ୍ସବର ମହୋଲକୁ ଏକ ରୋମଞ୍ଚକର ମହୋଲ ପ୍ରଦାନ କଲା ପ୍ରସିଦ୍ଧ କେ ପପ୍ ବ୍ୟାଣ୍ଡ ବ୍ଲାକ୍ ସ୍ଵାନ୍ ଗ୍ରୁପ୍। ଏହି ଗ୍ରୁପରେ ସାମିଲ ଥିବା ଓଡ଼ିଆ ଗାୟିକା ଶ୍ରେୟା ଲେଙ୍କା ଅନ୍ୟମାନଙ୍କ ସହ ଜଲୱା ଦେଖାଇଛନ୍ତି। ସେମାନଙ୍କର ନୃତ୍ୟଗୀତରେ ହଜିଯାଇଛନ୍ତି ଦର୍ଶକ। ଏହାପରେ ବଲିଉଡ୍‌ ସେଲିବ୍ରେଟି ଦିଶା ପାଟନୀଙ୍କ ନୃତ୍ୟରେ ଦର୍ଶକ ମତୁଅଲା ହୋଇଛନ୍ତି ଅନେକ ବଲିଉଡ୍‌ ଗୀତରେ ଦିଶାଙ୍କ ନୃତ୍ୟ ପରିବେଷଣ ଉଦଘାଟନୀ ଉତ୍ସବରେ ଅନନ୍ୟ ରଙ୍ଗ ଭାରି ଦେଇଛି।

ଉଦଘାଟନୀ କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି ବଲିଉଡ୍‌ ଅଭିନେତା ମନିଷ ପଲ ଓ ଗୌହର ଖାନ। ଉଦଘାଟନୀ କାର୍ଯ୍ୟକ୍ରମରେ ବିଶ୍ଵକପରେ ଅଂଶଗ୍ରହଣ କରୁଥିବା କିଛି ଦଳର ଖେଳାଳି ଯୋଗ ଦେଇଛନ୍ତି।

Tags: #HockeyWorldCup2023 #OpeningCeremony #celebration #Pritam #BlackSwanGroup #BarabatiStadium #RanveerSingh #DishaPatni #Odisha

LEAVE A REPLY

Please enter your comment!
Please enter your name here