ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ କପିଲ୍ ଦେବଙ୍କ ବୋୟୋପିକ୍ ସିନେମା ‘୮୩’ ଜୁନ୍ ୪ ତାରିଖରେ ପରଦାକୁ ଆସିବ। ହିନ୍ଦୀ, ତାମିଲ୍, ତେଲୁଗୁ, କନ୍ନଡ ଏବଂ ମାଲାୟଲମ ଆଦି ଭାଷାରେ ଏହା ରିଲିଜ୍ ହେବ। ଏନେଇ ସିନେମାର ମୁଖ୍ୟ ଚରିତ୍ର ରଣବୀର ସିଂହ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି।

 

View this post on Instagram

 

A post shared by Ranveer Singh (@ranveersingh)

ଆରବର୍ଷ ଏପ୍ରିଲ ୧୦ରେ ଏହି ପିଲ୍ମଟି ରିଲିଜ୍ ହେବାର ଥିଲା। କିନ୍ତୁ କରୋନା ମହାମାରୀ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଏବେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ବେଳେ ଦେଶରେ ସିନେମା ହଲ୍ ମଧ୍ୟ ଖୋଲିଗଲାଣି। ତେଣୁ ଆସନ୍ତା ଜୁନ୍ ୪ ତାରିଖରେ ‘୮୩’କୁ ରିଲିଜ୍ କରାଇବାକୁ ନିର୍ମାତା ଯୋଜନା ରଖିଛନ୍ତି।

୧୯୮୩ ମସିହାରେ ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡ ମାଟିରେ ବିଶ୍ୱକପ୍ ବିଜୟୀ ହୋଇଥିଲା। ସେତେବେଳେ ଦଳର ଅଧିନାୟକ ଥିଲେ କପିଲ୍ ଦେବ। ସେ ସମୟର ସେହି ସତକାହାଣୀକୁ ନେଇ ଏହି ଫିଲ୍ମଟି ନିର୍ମାଣ କରାଯାଉଛି।ଫିଲ୍ମରେ ରଣବୀର ସିଂହ କପିଲ୍ ଦେବଙ୍କ ଚରିତ୍ରରେ ନଜର ଆସୁଥିବାବେଳେ ଅଭିନେତ୍ରୀ ଦୀପିକା ପାଦୁକୋନ୍ ମଧ୍ୟ ଏହି ଫିଲ୍ମରେ ଅଭିନୟ କରିଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ବିଶିଷ୍ଟ ବଲିଉଡ ନିର୍ଦ୍ଦେଶକ କବିର ଖାନ୍। ଫିଲ୍ମଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବ ବୋଲି ପିଲ୍ମ ନିର୍ମାତା ଆଶା ରଖିଛନ୍ତି।

Comment