ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ୍‌ରେ ବୟକଟ୍ ଧାରା ଥମିବାର ନାଁ ନେଉ ନାହିଁ। ଅମୀର ହୁଅନ୍ତୁ ବା ରଣବୀର ବଲିଉଡ୍ ଷ୍ଟାର୍‌ମାନଙ୍କର ଫିଲ୍ମକୁ ବୟକଟ୍ ନାରା ଦେଉଛନ୍ତି ଦର୍ଶକ। ଶାହରୁଖ୍‌ ଖାନ୍‌ଙ୍କ ଫିଲ୍ମ ‘ପଠାନ’କୁ ନେଇ ଅନେକ ଆଶା ଥିଲା କିନ୍ତୁ ଏବେ ‘ପଠାନ’କୁ ବୟକଟ୍ କରିବା ଆରମ୍ଭ ହୋଇଗଲାଣି।

ନଭେମ୍ବର ୨ ତାରିଖ ଶାହରୁଖ ଖାନ୍‌ଙ୍କ ଜନ୍ମଦିନରେ ‘ପଠାନ’ର ଟିଜର ରିଲିଜ୍ ହୋଇଥିଲା। ୟଶରାଜ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ଶାହରୁଖଙ୍କ ବ୍ୟତୀତ ଜନ ଆବ୍ରାହମ ଓ ଦୀପିକା ପାଦୁକୋନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଶାହରୁଖଙ୍କ ଫିଲ୍ମକୁ ଦୀର୍ଘଦିନ ହେଲା ଅପେକ୍ଷା କରିଥିଲେ ଫ୍ୟାନ୍। ଆଉ ଏବେ ଫିଲ୍ମ ଟିଜର ରିଲିଜ୍ ହେବାପରେ ବୟକଟ୍ ଆରମ୍ଭ ହୋଇଗଲାଣି।

ଟ୍ୱିଟରରେ ଶାହରୁଖଙ୍କ ଫିଲ୍ମ ପଠାନ୍‌କୁ ବୟକଟ୍ କରାଯାଉଛି। କାରଣ ଏହି ଫିଲ୍ମକୁ ୟୁଜର ୱାର୍ ଫିଲ୍ମ ସହିତ ତୁଳନା କରି ଏହାର ବୟକଟ୍ ନାରା ଦେଉଛନ୍ତି। ଫିଲ୍ମର ବିଏଫ୍‌ଏକ୍ସକୁ ନେଇ ଟ୍ୱଟରାଟୀ ମଜାକ ଉଡ଼ାଇବା ସହିତ ଫିଲ୍ମ ନ ଦେଖିବାକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ଟ୍ୱିଟରରେ #BoycottPathaan ଟ୍ରେଣ୍ଡ କରୁଛି।   

ବୟକଟ୍ ନାରା ଦେଇଥିବା ୟୁଜରମାନେ ଫିଲ୍ମକୁ ନେଇ ଭିନ୍ନ ଭିନ୍ନ ତର୍କ ରଖିଛନ୍ତି। କିଏ ବିଏଫ୍‌ଏକ୍ସକୁ ନେଇ ସମାଲୋଚନା କରିଛି ତ ଆଉ କିଏ ଫିଲ୍ମରେ ଦୀପିକାଙ୍କ ଅଭିନୟକୁ ନେଇ ଆପତ୍ତି ଉଠାଇଛି। କାରଣ ୨୦୨୦ରେ ଜେଏନ୍‌ୟୁ ଛାତ୍ର ଆନ୍ଦୋଳରେ ଦୀପିକା ପାଦୁକୋନ ଛାତ୍ରଙ୍କ ସମର୍ଥନରେ ବାହାରି ସେଠାରେ ପହଞ୍ଚିଥିଲେ। ଏଥିପାଇଁ ଦୀପିକାଙ୍କ ବିରୋଧ ହେଉଛି।  

ଅନ୍ୟପଟେ ଦେଶରେ ଅସହିଷ୍ଣୁତା ନେଇ ଶାହରୁଖ ଖାନ ପ୍ରତିକ୍ରିୟା ଦେଇଥିଲେ। ୨୦୧୫ରେ ପ୍ରତିକ୍ରିୟା ଦେଇ ଦେଶ ଅଧିକ ସହିଷ୍ଣୁ ହୋଇଯାଇଛି ବୋଲି କହିଥିଲେ ଶାହରୁଖ। ଏଥିପାଇଁ ସେ କିଛି ଦର୍ଶକଙ୍କ ଟାର୍ଗେଟ୍‌ରେ ବି ଅଛନ୍ତି। ସୂଚନା ଥାଉକି ନଭେମ୍ବର ୨ ତାରିଖରେ ପଠାନ ଟିଜର ରିଲିଜ୍ ହୋଇଥିବା ବେଳେ ଆସନ୍ତା ବର୍ଷ ଜାନୁଆରୀ ୨୫ ରେ ଫିଲ୍ମ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି।

Tags: #ShahRukhKhan #PathamMovie #DeepikaPadukone #JhonAbhaham #BoycottTrend #Twitter

Comment