ଓଡ଼ିଶାଲାଇଭ୍ ବ୍ୟୁରୋ

ଟ୍ଵିଟର ଏବେ ଆଠ ଡଲାରରେ ବ୍ଲୁ ଟିକ୍ ସ୍କିମ୍ ଉପରେ ରୋକ ଲଗାଇଛି। ଟ୍ଵିଟର ବ୍ଲୁ ଟିକ୍ ୟୁଜର୍ସଙ୍କ ପାଇଁ ପେଡ୍ ସ୍କିମ୍ ଲାଗୁ ହେବ ପରେ ଅନେକ ନକଲି ଭେରିଫାଏଡ ଆକାଉଣ୍ଟ ସୃଷ୍ଟି ହୋଇଥିଲା। ଏପରିକି ଟ୍ଵିଟର ମାଲିକ ଏଲନ ମସ୍କଙ୍କ ନାଁରେ ମଧ୍ୟ ନକଲି ଭେରିଫାଏଡ ଆକାଉଣ୍ଟ ଖୋଲାଯାଇଥିଲା।

ତେବେ ଫେକ୍ ୟୁଜର୍ସଙ୍କ ଚିହ୍ନଟ ନହେବା ପର୍ଯ୍ୟନ୍ତ କମ୍ପାନୀର ପେଡ୍ ବ୍ଲୁ ଟିକ୍ ସ୍କିମ ଉପରେ ରୋକ ଲଗାଯାଇଛି ବୋଲି ଏଲନ ମସ୍କ ଟୁଇଟ କରି ସୂଚନା ଦେଇଛନ୍ତି। ନଭେମ୍ବର ୨୯ତାରିଖରୁ ଟ୍ଵିଟରର ବ୍ଲୁ ଟିକ୍ ଭେରିଫିକେସନ ସ୍କିମ୍ ରିଲଞ୍ଚ ହେବାକୁ ଥିଲା । ମାତ୍ର ଏହା ପୂର୍ବରୁ କମ୍ପାନୀ ଏହା ଉପରେ ରୋକ ଲଗାଇଛି।

 ଟ୍ଵିଟର ମାଲିକାନା ବଦଳିବା ପରେ ଏହାର ଅନେକ ନୀତିରେ ପରିବର୍ତ୍ତନ ହୋଇଛି। ଏପରିକି ଏଲନ ମସ୍କଙ୍କ ଟ୍ଵିଟରର ସିଇଓ ପରାଗ ଅଗ୍ରୱାଲଙ୍କ ସମେତ ଅନେକ ପଦାଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିଥିଲେ।ଏବେ ଟ୍ଵିଟରରେ କାମ କରୁଥିବା ଅନେକ କର୍ମଚାରୀଙ୍କ ଉପରେ ଅନେକ ଚାପ ରହୁଛି।

Tags: #ElonMusk #Twitter #Bluetickverification #BlueTick

LEAVE A REPLY

Please enter your comment!
Please enter your name here