ଓଡ଼ିଶାଲାଇଭ୍ ବ୍ୟୁରୋ

ଟେସଲା ମାଲିକ ଏଲନ ମସ୍କ ଟ୍ୱିଟରକୁ ଅଧିଗ୍ରହଣ କରିବା ପରେ ଲଗାତର ଭାବେ ଚମକାଇବା ଭଳି ବୟାନ ଦେଇଆସିଛନ୍ତି। କେତେବେଳେ ବ୍ଲୁ ଟିକ୍ ପାଇଁ ସବସ୍କ୍ରିପସନ ଫି ତ ପୁଣି କେତେବେଳେ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବା କଥା।

ଏହାରି ଭିତରେ ଏଲନଙ୍କ ଆଉ ଏକ ଟ୍ୱିଟ ଆକାଉଣ୍ଟଧାରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ମସ୍କ ଏକ ଟ୍ୱିଟ କରି କହିଛନ୍ତି କି, କମ୍ପାନୀ ତରଫରୁ ଖୁବଶୀଘ୍ର ୧୫୦ କୋଟି ଆକାଉଣ୍ଟ ଡିଲିଟ କରାଯିବ। ଯେଉଁ ଆକାଉଣ୍ଟଗୁଡ଼ିକରୁ କୌଣସି ପ୍ରକାର ଟ୍ୱିଟ ହୋଇନାହିଁ ବା ବର୍ଷ ବର୍ଷଧରି ଲଗଇନ୍ ହୋଇନାହିଁ, ସେହି ଆକାଉଣ୍ଟଗୁଡ଼ିକୁ ଡିଲିଟ କରିବାକୁ ନିଷ୍ପତ୍ତି ନେଇଛି ଟ୍ଵିଟର।

ଆଉ ଏକ ଟୁଇଟରେ ମସ୍କ କହିଛନ୍ତି ଯେ, ଟ୍ଵିଟରରେ ଚାଟ୍ ଗୁଡ଼ିକୁ ଏନକ୍ରିପ୍ଟେଟ କରାଯିବା ଉଚିତ୍, ଯଦ୍ଵାରା ସେଗୁଡ଼ିକୁ ଟ୍ଵିଟର କର୍ମଚାରୀ ବି ପଢ଼ିପାରିବେ ନାହିଁ।

Tags: #ElonMusk #Twitter #150CroreAccount #Delete

LEAVE A REPLY

Please enter your comment!
Please enter your name here