ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାରଠାରୁ ଟ୍ୱିଟର ପୁଣି ଥରେ ଆରମ୍ଭ କରିଛି ବ୍ଲୁ ଟିକ୍ ସବସ୍କ୍ରିପସନ ସେବା। ଏବେ ଟ୍ୱିଟର ଉପଭୋକ୍ତାଙ୍କୁ ବ୍ଳୁ ଟିକ୍ ନେବା ପାଇଁ ସବସ୍କ୍ରିପସନ କିଣିବାକୁ ହେବ। ଏଥିପାଇଁ ଟ୍ୱିଟର ଓ୍ୱେବ୍ ୟୁଜର୍ସଙ୍କୁ ମାସିକ ୮ ଡଲାର ଏବଂ ଆଇଫୋନ୍ ୟୁଜର୍ସଙ୍କୁ ୧୧ ଡଲାର ଦେବାକୁ ପଡ଼ିବ।

ସବସ୍କ୍ରିପସନ ନେଇଥିବା ଉପଭୋକ୍ତାମାନେ ବ୍ଳୁ ଟିକ୍ ସହି ଜଡ଼ିତ ସ୍ୱତନ୍ତ୍ର ଫିଚର୍ସର ଲାଭ ଉଠାଇପାରିବେ। ଏହି ଫିଚର ଦ୍ୱାରା ୟୁଜର୍ସଙ୍କୁ କମ୍ ବିଜ୍ଞାପନ ଦେଖିବାକୁ ମିଳିବ। ଏହା ସହ ୟୁଜର ଅଧିକ ସମୟର ଭିଡିଓ ସେୟାର କରିପାରିବେ ଏବଂ ସେମାନଙ୍କର ଟୁଇଟ୍ ଗୁଡିକ ଅଧିକ ପ୍ରାଧାନ୍ୟତାର ସହ ଦେଖାଯିବ।

ପୂର୍ବରୁ ଏହି ବ୍ଲୁ ଟିକ୍ ମାର୍କ ବଡ଼ କମ୍ପାନୀ, ସେଲିବ୍ରିଟି, ସରକାରୀ ସଂସ୍ଥା ଏବଂ ସାମ୍ବାଦିକଙ୍କୁ ଦିଆଯାଉଥିଲା। ଏଥିପାଇଁ କୌଣସି ଟଙ୍କା ଦେବାକୁ ପଡ଼ୁନଥିଲା। ଏବେ ବ୍ଲୁ ଟିକ ସବସ୍କ୍ରିପସନରେ ନେଇଥିବା ବଡ଼ ବଡ଼ କମ୍ପାନି, ସରକାରୀ ବିଭାଗର ଟ୍ୱିଟର ହ୍ୟାଣ୍ଡେଲଗୁଡିକରେ ବ୍ଲୁ ଟିକ ସହିତ ଟ୍ୱିଟର ପକ୍ଷରୁ ଏକ ଭେରିଫାଏଡ୍ ଟ୍ୟାଗ୍ ଦିଆଯିବ। ଏହା ଦ୍ଵାରା ନକଲି ବ୍ଲୁ ଟିକ ଆକାଉଣ୍ଟଗୁଡ଼ିକ ଉପରେ ଅଙ୍କୁଶ ଲଗାଯାଇପାରିବ।

ଅକ୍ଟୋବର ମାସରେ ୪୪ ବିଲିୟନ ଡଲାରରେ ଏଲନ ମସ୍କ ଟ୍ୱିଟର କିଣିବା ପରେ ଏଥିରେ ଅନେକ ପରିବର୍ତ୍ତନ କରିଥିଲେ। ଯେଉଁଥିରେ ୮ ଡଲାରରେ ଟ୍ୱିଟରର ବ୍ଲୁ ଟିକ୍ ସବସ୍କ୍ରିପସନ କିଣିବା ନେଇ ନିଷ୍ପତ୍ତି ରହିଥିଲା।

ଟ୍ଵିଟର ବ୍ଲୁ ଟିକ୍ ୟୁଜର୍ସଙ୍କ ପାଇଁ ପେଡ୍ ସ୍କିମ୍ ଲାଗୁ ହେବ ପରେ ଅନେକ ନକଲି ଆକାଉଣ୍ଟ ସୃଷ୍ଟି ହୋଇଥିଲା। ଏପରିକି ଟ୍ଵିଟର ମାଲିକ ଏଲନ ମସ୍କଙ୍କ ନାଁରେ ମଧ୍ୟ ନକଲି ଭେରିଫାଏଡ ଆକାଉଣ୍ଟ ଖୋଲାଯାଇଥିଲା। ପ୍ରଥମେ କମ୍ପାନି ନିଜର ଏହି ପ୍ରୟାସରେ ବିଫଳ ହୋଇଥିଲା। ଯାହାକୁ ଏବେ କିଛି ପରିବର୍ତ୍ତନ ସହ ପୁନଃ କାର୍ଯ୍ୟକାରୀ କରାଯାଉଛି।

Tags: #ElonMusk #Twitter #restart #Bluetickverification #BlueTick #ଟ୍ୱିଟର #ଏଲନ ମସ୍କ #ବ୍ଲୁ ଟିକ୍

LEAVE A REPLY

Please enter your comment!
Please enter your name here