ଓଡ଼ିଶାଲାଇଭ୍ ବ୍ୟୁରୋ

ଗତ କିଛିଦିନ ହେବ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ବଲିଉଡ ପ୍ରବେଶକୁ ନେଇ ଚର୍ଚ୍ଚା ହେଉଥିଲା। ଏହାକୁ ନେଇ ସ୍ପଷ୍ଟ କରିଛନ୍ତି ଖୋଦ ଆର୍ଯ୍ୟନ ଖାନ। ମଙ୍ଗଳବାର ଦିନ ବଲିଉଡରେ ଡେବ୍ୟୁ କରିବାକୁ ଯାଉଥିବା ସେ ଘୋଷଣା କରିଛନ୍ତି। ଆର୍ଯ୍ୟନ ଖାନ ଅଭିନେତା ଭାବେ ନୁହେଁ, ନିର୍ଦ୍ଦେଶକ ଭାବେ ବଲିଉଡରେ ନିଜର ଦମ ଦେଖାଇବେ।

ଗୋଟିଏ ଫିଲ୍ମ ଲାଗି ଆର୍ଯ୍ୟନ ଖାନ ସ୍କ୍ରିପ୍ଟ ଲେଖିବା କାମ ଶେଷ କରିଥିବାବେଳେ ଖୁବଶୀଘ୍ର ଏହାର ନିର୍ଦ୍ଦେଶନା ଦେବେ। ନିଜର ଯୋଜନାକୁ ନେଇ ସେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି କହିଛନ୍ତି। ଏହି ସିନେମା ଏକ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ। ଫିଲ୍ମ ଜଗତରେ ଆର୍ଯ୍ୟନ ଖାନଙ୍କ ଏଣ୍ଟ୍ରିକୁ ନେଇ ଖୁବ ଏକ୍ସାଇଟେଡ ଅଛନ୍ତି ବାପା ଶାହାରୁଖ ଖାନ। ଆର୍ଯ୍ୟନଙ୍କୁ ସଫଳତା ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

 

View this post on Instagram

 

A post shared by Aryan Khan (@___aryan___)

ଆର୍ଯ୍ୟନ ଖାନ ନିଜ ପ୍ରଥମ ପ୍ରୋଜେକ୍ଟ ବିଷୟରେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ଫଟୋ ସେୟାର କରି ଆର୍ଯ୍ୟନ ଲେଖିଛନ୍ତି, ‘ଲେଖା ସମ୍ପୂର୍ଣ୍ଣ ହୋଇଛି ଏବଂ ଆକ୍ସନ କହିବା ବାକି ଅଛି।’

ଏହାସହ ସେୟାର ହୋଇଥିବା ଫଟୋରେ କ୍ଲାପର୍ ବୋର୍ଡରେ ରେଡ ଚିଲିସ୍ ଏଣ୍ଟରଟେନମେଣ୍ଟ ଲେଖାଯାଇଥିବା ନଜର ଆସିଛି। ଶାହରୁଖଙ୍କ ପ୍ରଡକ୍ସନ୍ ହାଉସର ବ୍ୟାନରରେ ଆର୍ଯ୍ୟନ ନିର୍ଦ୍ଦେଶନା ଦେବେ ବୋଲି ଜଣାପଡ଼ିଛି।

ଏଥିସହ ଶାହରୁଖ ମଧ୍ୟ ଆର୍ଯ୍ୟନ ଖାନଙ୍କ ପୋଷ୍ଟ ଉପରେ କମେଣ୍ଟ ଦେଇ ନିଜର ଖୁସି ଜାହିର କରିଛନ୍ତି। ସେ ଲେଖିଛନ୍ତି, ‘ୱାଓ.. ଭାବୁଛି.. ଭରସା କରିଛି….ସ୍ଵପ୍ନ ପୂରା ହୋଇଗଲା…ଏବେ ସାହାସ ଅଛି…ପ୍ରଥମ ପ୍ରୋଜେକ୍ଟ ପାଇଁ ଶୁଭକାମନା। ଏହା ସର୍ବଦା ସ୍ଵତନ୍ତ୍ର ରହିଥାଏ।’

Tags: #AryanKhan #BollywoodDebut #ShahRukhKhan #RedChillyEntertainment #Direction

Comment