ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଆଜି ଜେଲରୁ ବାହାରିଛନ୍ତି। ଦୀର୍ଘ ୧ ମାସ ପରେ ଆର୍ଯ୍ୟନ ନିଜ ଘର ‘ମନ୍ନତ’କୁ  ଯିବେ। ଏଥିପାଇଁ ‘ମନ୍ନତ’ ସମ୍ମୁଖରେ ଶାହରୁଖଙ୍କ ପ୍ରଂଶସକଙ୍କ ଭିଡ଼ ଦେଖିବାକୁ ମିଳିଛି।

ଗୁରୁବାର ମୁମ୍ବାଇ ହାଇକୋର୍ଟ ଆର୍ଯ୍ୟନଙ୍କୁ ଜାମିନ ପ୍ରଦାନ କରିଥିଲେ। ପୋଲିସ ହେପାଜତରେ ୨୮ ଦିନ ରହିବା ପରେ ଆର୍ଯ୍ୟନ ଓ ତାଙ୍କ ପରିବାର ଆଶ୍ଵସ୍ତ ହୋଇଥିଲେ। ଆର୍ଯ୍ୟନଙ୍କ ସହିତ ଏହି ମାମଲାରେ ଗିରଫ ହୋଇଥିବା ଅର୍ବାଜ ମର୍ଚ୍ଚାଣ୍ଟ, ମୁନମୁନ୍‌ ଧମେଚାଙ୍କୁ ମଧ୍ୟ ଜାମିନ ମିଳିଥିଲା।

ଅକ୍ଟୋବର ୩ ତାରିଖରେ ଏକ ଜାହାଜରେ ରେଭ୍‌ ପାର୍ଟି କରୁଥିଲା ବେଳେ ଆର୍ଯ୍ୟନଙ୍କୁ ଗିରଫ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ତାଙ୍କ ସହିତ ଆଉ ୮ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଉକ୍ତ ପାର୍ଟିରୁ ୪ ପ୍ରକାର ନିଶାଦବ୍ର୍ୟ ଜବତ କରାଯାଇଥିଲା। ଗିରଫ ହେବା ପରେ ୩ ଥର ଜାମିନ ଆବେଦନ ଖାରଜ ହୋଇଥିଲା।

Comment