ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଆଜି ଜାମିନ ମିଳିଛି। ଆର୍ଯ୍ୟନଙ୍କ ଆବେଦନ ଉପରେ ୩ଦିନ ଧରି ମାରଥନ ଶୁଣାଣି କରିବା ପରେ ମୁମ୍ବାଇ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି।

ପୋଲିସ ହେପାଜତରେ ୨୬ ଦିନ ରହିବା ପରେ ଆର୍ଯ୍ୟନ ଓ ତାଙ୍କ ପରିବାର ଆଶ୍ବସ୍ତ ହୋଇଛନ୍ତି। ଶୁକ୍ରବାର ଆର୍ଯ୍ୟନଙ୍କୁ ବେଲ୍‌ ଅର୍ଡର ମିଳିବ ଓ ସେ ଜେଲରୁ ମୁକୁଳିବେ ବୋଲି ଜଣାପଡ଼ିଛି। ଆର୍ଯ୍ୟନଙ୍କ ସହିତ ଏହି ମାମଲାରେ ଗିରଫ ହୋଇଥିବା ଅର୍ବାଜ ମର୍ଚ୍ଚାଣ୍ଟ, ମୁନମୁନ୍‌ ଧମେଚାଙ୍କୁ ମଧ୍ୟ ଜାମିନ ମିଳିଛି।

ଅକ୍ଟୋବର ୩ ତାରିଖରେ ଏକ ଜାହାଜରେ ରେଭ୍‌ ପାର୍ଟି କରୁଥିଲା ବେଳେ ଆର୍ଯ୍ୟନଙ୍କୁ ଗିରଫ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ତାଙ୍କ ସହିତ ଆଉ ୮ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଉକ୍ତ ପାର୍ଟିରୁ ୪ ପ୍ରକାର ନିଶାଦବ୍ର୍ୟ ଜବତ କରାଯାଇଥିଲା। ଗିରଫ ହେବା ପରେ ୩ ଥର ଜାମିନ ଆବେଦନ ଖାରଜ ହୋଇଥିଲା।

Comment