ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା କିଙ୍ଗ୍‌ ଖାନ ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନ ଆବଦେନକୁ ଖାରଜ କରିଛନ୍ତି ମୁମ୍ବାଇର ଏସପ୍ଲାନେଡ୍‌ କୋର୍ଟ। ଜାମିନ ନାମଞ୍ଜୁର କରିବା ସହ ଆର୍ଯ୍ୟନଙ୍କୁ ଅକ୍ଟୋବର ୭ ତାରିଖ ଯାଏଁ ରିମାଣ୍ଡରେ ନେବାକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)କୁ କୋର୍ଟ ଅନୁମତି ଦେଇଛନ୍ତି।

ରବିବାର ରାତିରେ ଏକ ଜାହାଜରେ ରେଭ୍‌ ପାର୍ଟି କରୁଥିଲା ବେଳେ ଆର୍ଯ୍ୟନଙ୍କୁ ଗିରଫ କରିଥିଲା ଏନସିବି। ତାଙ୍କ ସହିତ ଆଉ ୮ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଉକ୍ତ ପାର୍ଟିରୁ ୪ ପ୍ରକାର ନିଶାଦବ୍ର୍ୟ ଜବତ କରାଯାଇଥିଲା।

ଅନ୍ୟପଟେ ଡ୍ରଗ୍ସ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ଆର୍ଯ୍ୟନ। ରେଭ୍‌ ପାର୍ଟିରେ ସେ ଅତିଥି ଭାବେ ଯୋଗ ଦେଇଥିଲେ ବୋଲି କହିଛନ୍ତି।

Comment