ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୬ ବର୍ଷର ଡେଟିଂ ପରେ ଦୀପିକା-ରଣବୀର ସାତ ଜନ୍ମର ସାଥୀ ପାଲଟିଛନ୍ତି।

୬ ବର୍ଷର ପ୍ରେମ ସଫଳ ହୋଇଛି। ବଲିଉଡ ଷ୍ଟାର ଦୀପିକା-ରଣବୀର ସାତ ଜନ୍ମର ସାଥୀ ପାଲଟିଛନ୍ତି। ବି-ଟାଉନର ସୁପରହିଟ୍ ଯୋଡ଼ି ରଣବୀର ସିଂ ଓ ଦୀପିକା ପାଦୁକୋନ ଇଟାଲୀର ଲେକ କେମୋରେ ବୁଧବାର ବିବାହ କରିଛନ୍ତି।

ବୁଧବାର କୋଙ୍କଣୀ ରୀତିନୀତି ଅନୁଯାୟୀ ଦୀପବୀରଙ୍କ ବିବାହ ହୋଇଛି। ଦୁଇ ଦିନ ଧରି ଏହି ବିବାହ ଉତ୍ସବ ଅନୁଷ୍ଠିତ ହେବ। ଗୁରୁବାର ସିନ୍ଧି ପରମ୍ପରା ଅନୁଯାୟୀ ପୁଣିଥରେ ବିବାହ କରିବେ ରଣବୀର ଓ ଦୀପିକା।

କେମିତି ହୋଇଥିଲା ପ୍ରେମ ?

ରଣବୀର ଓ ଦୀପିକାଙ୍କ ଲଭଷ୍ଟୋରୀ ସବୁବେଳେ ହିଟ୍ ଥିଲା। ରଣବୀର କପୁରଙ୍କଠାରୁ ଦୂରେଇ ରହିବା ପରେ ଦୀପିକାଙ୍କ ଜୀବନରେ ରଣବୀର ସିଂ ଏଣ୍ଟ୍ରି କରିଥିଲେ। ୨୦୧୨ରୁ ଉଭୟଙ୍କ ଲଭଷ୍ଟୋରୀ ଧିମା ରହିଥିଲା। ଯେତେବେଳେ ଏକ କାର୍ଯ୍ୟକ୍ରମରେ ଉଭୟଙ୍କ ସାକ୍ଷାତ ହୋଇଥିଲା, ସେତେବେଳେ ରଣବୀର ଦୀପିକାଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ। ଏହାକୁ ମଧ୍ୟ ସ୍ୱୀକାର କରିଥିଲେ ରଣବୀର।

ରଣବୀର ଅନୁଷ୍କା ଶର୍ମାଙ୍କ ସହ କିଛି ଦିନ ପାଇଁ ସମ୍ପର୍କରେ ଥିଲେ। ଉଭୟ ‘ବ୍ୟାଣ୍ଡ ବାଜା ବାରାତ’ ଫିଲ୍ମରୁ ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ଏହି ଲଭ୍ ଷ୍ଟୋରୀ ବେଶି ଦିନ ତିଷ୍ଠି ପାରିନଥିଲା। ପୁଣି ଆରମ୍ଭ ହୋଇଥିଲା ଦୀପିକା-ରଣବୀରଙ୍କ ପ୍ରେମ ଷ୍ଟୋରୀ।

୨୦୧୨ରେ ରଣବୀର-ଦୀପିକା ନିଜର ପ୍ରଥମ ଫିଲ୍ମ ‘ରାମଲୀଳା’ର ସୁଟିଂ କରିଥିଲେ। ସଂଜୟ ଲୀଳା ଭଂସାଲିଙ୍କ ଏହି ଫିଲ୍ମରୁ ହିଁ ଉଭୟଙ୍କ ଡେଟିଂ ଆରମ୍ଭ ହୋଇଯାଇଥିଲା। ଫିଲ୍ମଟି ମଧ୍ୟ ସୁପରହିଟ୍ ହୋଇଥିଲା। ଏହାପରେ ଦୀପିକାଙ୍କ ଫିଲ୍ମ ‘ଫଡିଙ୍ଗ ଫେନି’ରେ ଦୀପିକାଙ୍କ ପୂର୍ବ ସ୍ୱାମୀ ଅଭିନୟ କରିଥିଲେ।

ମୁଖ୍ୟ କଥା ହେଉଛି ଦୀପିକା ମଧ୍ୟ ଜାଣିନଥିଲେ ରଣବୀର ଏହି ଫିଲ୍ମରେ ନଜର ଆସିବେ। ରଣବୀର ମଧ୍ୟ ଏହି ଫିଲ୍ମ ପାଇଁ କୌଣସି ଅର୍ଥ ନେଇନଥିଲେ। ‘ରାମଲୀଳା’ ସୁପରହିଟ୍ ହେବା ପରେ ଏହି ଷ୍ଟାର କପୁଲ ଆଉ ଫଛକୁ ଫେରିନଥିଲେ। ୨୦୧୫ରେ ଦୁଇ ଯୋଡ଼ି ସଂଜୟ ଲୀଳା ଭଂସାଲିଙ୍କ ‘ବାଜିରାଓ ମସ୍ତାନୀ’ରେ ଅଭିନୟ କରିଥିଲେ।

ବ୍ରେକ୍ ଅପ୍ ଚର୍ଚ୍ଚା

୨୦୧୬ରେ ଏହି ଷ୍ଟାର କପୁଲ ନିଜ ନିଜ ଫିଲ୍ମ ପାଇଁ ବ୍ୟସ୍ତରେ ରହିବାରୁ ଅଧିକ ଦେଖାସାକ୍ଷାତ ହୋଇପାରିନଥିଲା। ଉଭୟଙ୍କ ମଧ୍ୟରେ ବ୍ରେକଅପ୍ ହୋଇଥିବା ଖବର ଚର୍ଚ୍ଚା ହୋଇଥିଲା। କିନ୍ତୁ ୨୦୧୬ ବର୍ଷ ଶେଷରେ ସମସ୍ତ କଳ୍ପନାଜଳ୍ପନା ହଟାଇ ଅମ୍ବାନୀଙ୍କ ପାର୍ଟିରେ ହାତଧରା ଧରି ହୋଇ ଏଣ୍ଟ୍ରି କରିଥିଲେ।

୨୦୧୮ରେ ସଂଜୟ ଲୀଳା ଭଂସାଲିଙ୍କ ଫିଲ୍ମ ‘ପଦ୍ମାବତ’ରେ ସେ ନଜର ଆସିଥିଲେ। ବହୁ ବାଧା ସତ୍ତ୍ୱେ ଫିଲ୍ମଟି ରିଲିଜ ହେବା ସହ ସୁପରହିଟ୍ ହୋଇଥିଲା। ଏହି ଫିଲ୍ମର ପ୍ରମୋସନ ବେଳେ ବି ଏକାଠି ନଜର ଆସିଥିଲେ ବାଜିରାଓ ମସ୍ତାନୀ। ସମସ୍ତ ଚର୍ଚ୍ଚାକୁ ଅନ୍ତ ଘଟାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଏହି ଷ୍ଟାର କପୁଲ।

Comment