ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆଉ କିଛି ଘଣ୍ଟାର ପ୍ରତୀକ୍ଷା ପରେ ବିବାହ ବନ୍ଧନରେ ଆବଦ୍ଧ ହେବେ ଦୀପିକା ଓ ରଣବୀର। ୧୪ ଓ ୧୫ ନଭେମ୍ବର ଦୁଇ ଦିନ ଧରି ଇଟାଲୀରେ ଉଭୟଙ୍କର ବାହାଘର ହେବ। ବାହାଘର ପାଇଁ ରୟାଲବିଲାର ୭୫ଟି ରୁମ୍ ବୁକ୍ କରିଛନ୍ତି ଏହି ଷ୍ଟାର କପୁଲ।

ଏହି ବାହାଘର କୌଣସି ରାଜା ମହାରାଜାଙ୍କ ବାହାଘରଠୁ କମ୍ ନୁହେଁ। ବିବାହ ପାର୍ଟିରେ ଯୋଗଦେବା ପାଇଁ ରଣବୀର ଓ ଦୀପିକାଙ୍କ ସମସ୍ତ ବନ୍ଧୁ ପହଞ୍ଚି ସାରିଛନ୍ତି।

ସାତ ଦିନ ପାଇଁ ବାହାର ଲୋକଙ୍କ ପାଇଁ କଟକଣା ଲାଗୁ କରାଯାଇଛି। ବିବାହ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।  ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ସିକ୍ୟୁରିଟି ବ୍ୟବସ୍ଥା କରାଯାଇଛି। ବିବାହ ସମାରୋହର ଉଭୟଙ୍କ ନିକଟ ସମ୍ପର୍କୀୟ ହିଁ ଯୋଗଦେବେ। ବଲିଉଡର କୌଣସି ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇନି।  ଖାଲି ସେତିକି ନୁହେଁ ଗଣମାଧ୍ୟମକୁ ବି ବାରଣ କରାଯାଇଛି। ସେଥିପାଇଁ ଯେଉଁ ଅତିଥି ବିଲାରେ ପ୍ରବେଶ କରିବେ ସମ୍ପୂର୍ଣ୍ଣ ଯାଞ୍ଚ ପରେ ଛଡ଼ାଯିବ।

୭୫ଟି କ୍ୟାମେରା ଲାଗିଥିବା ଏହି ବିଲାରେ ୭ଟି ରିସର୍ଟ ଏବଂ ବାର ରହିଛି। ଏଭଳି ବିଳାସପୂର୍ଣ୍ଣ ସୁବିଧା ଥିବା ବିଲାରେ ଗୋଟିଏ ରୁମର ମୂଲ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ମିଳିଥିବା ସୂଚନା ଅନୁସାରେ ଗୋଟିଏ ରୁମର ମୂଲ୍ୟ ୩୦ ହଜାର ଟଙ୍କା। ଯଦି ଏହି ହିସାବରେ ଗଣାଯାଏ ତାହାଲେ ଉଭୟଙ୍କ ବାହାଘର ପାଇଁ ଗୋଟିଏ ଦିନରେ ୨୪ ଲକ୍ଷ ୭୫ ହଜାର ଟଙ୍କା ଖର୍ଚ୍ଚ ହେବ।

ବିଲାରେ ଅତିଥିମାନେ ସାତ ଦିନ ଧରି ରହିବେ। ସପ୍ତାହେ ପାଇଁ ରୁମ୍ ବାବଦରେ ପାଖାପାଖି ୧.୭୫ କୋଟି ଟଙ୍କା ବହନ କରିବେ। ରିସର୍ଟରୁ ବିବାହ ସ୍ଥାନ ପହଞ୍ଚିବା ପାଇଁ ପ୍ରାୟ ୪୦ ମିନିଟ ସମୟ ଲାଗିବ।  ବିବାହ ପାଇଁ ୧୭ ନଭେମ୍ବର ପର୍ଯ୍ୟନ୍ତ ରୁମ୍ ବୁକ୍ ହୋଇଛି।

ହଲିଉଡର ବହୁ ନାମୀଦାମୀ କଳାକାର ବିଗ୍ ବଜେଟ୍ ଫିଲ୍ମର ସୁଟିଂ ପାଇଁ ଏଠାକୁ ଆସିଥାନ୍ତି। ଏହି ବିବାହକୁ ଦେଖି ଅନୁମାନ କରାଯାଇପାରିବ ଦୀପିକା ଏବଂ ରଣବୀରଙ୍କ ବିବାହ କୌଣସି ସ୍ୱପ୍ନଠାରୁ ବି କମ୍ ନୁହେଁ।

ଚଳିତ ସପ୍ତାହରେ ବିବାହ ପରେ ଉଭୟ ନଭେମ୍ବର ୧୮ରେ ମୁମ୍ବାଇରେ ପହଞ୍ଚିବେ। ୨୮ ନଭେମ୍ବରରେ ମୁମ୍ବାଇରେ ହୋଟେଲ ଗ୍ରାଣ୍ଡ ହୟାତରେ ରଣବୀରଙ୍କ ବାପା-ମା’ଙ୍କ ପକ୍ଷରୁ ରିସେପସନ ପାର୍ଟି ଦିଆଯିବ। ସେହିପରି ନଭେମ୍ବର ୨୧ରେ ଦୀପିକାଙ୍କ ବାପା-ମା’ ବେଙ୍ଗାଳୁରରେ ରିସେପସନ ପାର୍ଟି ଦେବେ।

Comment