ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଅଳ୍ପ ସମୟ ମଧ୍ୟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଏକ ବଡ଼ ସ୍ଥାନ ହାସଲ କରିଛନ୍ତି। ସେ ବଲିଉଡରେ ସର୍ବାଧିକ ଆୟ କରୁଥିବା ଅଭିନେତ୍ରୀଙ୍କ ତାଲିକାରେ ଅଛନ୍ତି। ତେବେ ଫିଲ୍ମ ବ୍ୟତୀତ ଆଲିଆ କେଉଁଠାରୁ ମୋଟା ଅଙ୍କର ଟଙ୍କା ରୋଜଗାର କରନ୍ତି ଆସନ୍ତୁ ଜାଣିବା।alia vatt-2

ଫିଲ୍ମ ବ୍ୟତୀତ ସୋସିଆଲ ମିଡିଆରୁ ରୋଜଗାର କରନ୍ତି ଆଲିଆ। ୟୁଟ୍ୟୁବ୍ ଚାନେଲରେ ତାଙ୍କର ୧.୩୪ ମିଲିୟନ ସବସ୍କ୍ରାଇବର ଅଛନ୍ତି। ତାଙ୍କର ପ୍ରତ୍ୟେକ ଭିଡିଓକୁ ଲକ୍ଷ ଲକ୍ଷ ଭ୍ୟୁ ମିଳିଥାଏ। ସେ ୟୁଟ୍ୟୁବ୍ ଚାନେଲରେ ତାଙ୍କର ମେକଅପ୍ ଏବଂ ଫିଟନେସ୍ ଭିଡିଓ ପ୍ରଶଂସକଙ୍କ ସହ ସେୟାର କରିନ୍ତି। ଏଥିରୁ ମଧ୍ୟ ତାଙ୍କର ରୋଜଗାର ହୋଇଥାଏ।

ଆଲିଆ ଅନେକ ବ୍ରାଣ୍ଡର ବିଜ୍ଞାପନ କରୁଛନ୍ତି। ଯେଉଁଥରୁ ସେ କୋଟି କୋଟି ଟଙ୍କା ପାଇଥାନ୍ତି। ଲେଜ, ଫ୍ରୁଟି, ଫ୍ଲିପକାର୍ଟ, ଏବଂ ଅନ୍ୟାନ୍ୟ ଭାରତୀୟ ଏବଂ ଅନ୍ତର୍ଜାତୀୟ ବ୍ରାଣ୍ଡର ବିଜ୍ଞାପନ କରୁଛନ୍ତି ଆଲିଆ ।

ଆଲିଆ ତାଙ୍କ ଚମତ୍କାର ଅଭିନୟ ସହିତ ତାଙ୍କ ଚେହେରା ପାଇଁ ନିର୍ମାତା ଏବଂ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ହୋଇପାରିଛନ୍ତି। ଏହି କାରଣରୁ ଆଜିକାଲି ତାଙ୍କ ପାଖରେ ବ୍ୟାକ୍‌ ଟୁ ବ୍ୟାକ ଫିଲ୍ମ ରହିଛି। ଆଲିଆ ପ୍ରତ୍ୟେକ ଫିଲ୍ମ ପାଇଁ ୧୫ରୁ ୧୭ କୋଟି ଟଙ୍କା ନେଇଥାନ୍ତି। ନିକଟରେ ଆଲିଆ ଫ୍ୟାସନ୍ ଟେକ୍ ଷ୍ଟାର୍ଟଅପରେ ତାଙ୍କ ଟଙ୍କା ବିନିଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here