ଓଡ଼ିଶାଲାଇଭ୍ ବ୍ୟୁରୋ

ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ପୁରୁଷମାନଙ୍କୁ ପିତୃତ୍ୱ ଦିବସ ଅବସରରେ ପରିଚୟ ଫାଉଣ୍ଡେସନ ପକ୍ଷରୁ ସମ୍ମାନୀତ କରାଯାଇଛି। ଫାଉଣ୍ଡେସନ ପକ୍ଷରୁ ପ୍ରସିଦ୍ଧ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଓ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କୁ ଚଳିତ ବର୍ଷ ପାଇଁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା।

ସେହିପରି ଚିକିତ୍ସା ବିଜ୍ଞାନ ପାଇଁ ଶୋଭନ କୁମାର ରଥ, କଳା ଓ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ଗୁରୁ ଶରତ ଦାସ ଓ ଶ୍ରୀନିବାସ ଘଟୁଆରି, ଏନ୍‌ଆରଓ କ୍ଷେତ୍ରରେ ପ୍ରତାପ ଦାସଙ୍କୁ, ସମାଜସେବା ପାଇଁ ଅଭୟ ମହାନ୍ତି, ଶିକ୍ଷା ଓ ଉଦ୍ୟମିତା କ୍ଷେତ୍ର ପାଇଁ ଅନୀଲ ପ୍ରଧାନ, ବ୍ୟବସାୟ ନେତୃତ୍ୱ କ୍ଷେତ୍ରରେ ବ୍ରହ୍ମା ମିଶ୍ର, ସାମ୍ବାଦିକତା ପାଇଁ ଦିଲ୍ଲୀପ ହାଲି, କ୍ରୀଡ଼ା ପାଇଁ ଦୀପ୍‌ ରଞ୍ଜନ ବିଶୋଇ, ମନୋରଞ୍ଜନ କ୍ଷେତ୍ରରେ କୁନା ତ୍ରିପାଠୀ, କର୍ପୋରେଟ୍ ଉତ୍କର୍ଷ କ୍ଷେତ୍ରରେ ଆର୍‌କେ ମହାପାତ୍ର, ସାହିତ୍ୟ କ୍ଷେତ୍ରରେ ଫନି ମହାନ୍ତି, ସ୍ଥପତି କ୍ଷେତ୍ରରେ ଗଜେନ୍ଦ୍ର କୁମାର ପାଢ଼ୀ ଏବଂ ଦୀର୍ଘସ୍ଥାୟୀ ଫ୍ୟାସନ୍ କ୍ଷେତ୍ରରେ ବିନୟ ଭୂଷଣ ଜେନାଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଶୀତିକଣ୍ଠ ମିଶ୍ର ଓ ରାଜୀବ ଶେଖର ସାହୁଙ୍କୁ ସ୍ଵତନ୍ତ୍ର ପୁରସ୍କାର ଏବଂ ସନ୍ତୋଷ ପଟ୍ଟନାୟକ ଓ ଦିଲ୍ଲୀପ ମହାକୁଡ଼ଙ୍କୁ ବିଶେଷ ଉଲ୍ଲେଖ ପୁରସ୍କାର ପ୍ରଦାନ କରାଯାଇଥିଲା।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ସାଂସଦ ଅମର ପଟ୍ଟନାୟକ ଓ ସାଂସଦ ସୁଲତା ଦେଓ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, ମୋ ସ୍କୁଲ୍ ଅଧ୍ୟକ୍ଷ ଆକାଶ ଦାସ ନାୟକ, ବିଜେଡର ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ, ଓଏସ୍ଏଚବିର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ଭାରତୀୟ ମହିଳା ଅଧିକାର କର୍ମୀ ତଥା ଲେଖିକା ମାନସୀ ପ୍ରଧାନ ପ୍ରମୁଖ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରିଥିଲେ।

ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସଭାପତି ରୋଜାଲିନ ପାଟ୍ଟଶାଣୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଶାଶ୍ଵତ ଯୋଶୀ ଓ ଟିମ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Tags: #ParichayaFoundation #ShreeAwards #ShreeSamman

Comment