ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆଫଗାନିସ୍ତାନରେ ସୁଟିଂ ହୋଇଥିବା ବଲିଉଡ ଫିଲ୍ମ ବିଷୟରେ ଜାଣନ୍ତୁ।

ଆଫଗାନିସ୍ତାନକୁ ତାଲିବାନ ଦଖଲ କରି ନେବା ପରେ ଏବେ ଏହି ଦେଶକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ହେଉଛି। ଆଫଗାନିସ୍ତାନରୁ ଅନେକ ଭୟାନକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଆଫଗାନ ଆଗରୁ ଏମିତି ନଥିଲା। ଏହି ଦେଶର ପ୍ରାକୃତିକ ସୌନ୍ଦର୍ଯ୍ୟ ସମସ୍ତଙ୍କ ମନ କିଣୁଥିଲା। ସେଠାରେ ବଲିଉଡର ଅନେକ ଫିଲ୍ମ ମଧ୍ୟ ସୁଟିଂ ହୋଇଛି।

ଧର୍ମାତ୍ମା

୧୯୭୫ରେ ରିଲିଜ ହୋଇଥିବା ହିନ୍ଦୀ ଫିଲ୍ମ ‘ଧର୍ମାତ୍ମା’ ଆଫଗାନରେ ସୁଟିଂ ହୋଇଥିଲା। ଏହି ଫିଲ୍ମରେ ଫିରୋଜ ଖାନ, ହେମା ମାଳିନୀ, ରେଖା, ପ୍ରେମନାଥ, ଫରିଦା ଜଲାଲଙ୍କ ଭଳି କଳାକାରମାନେ ଅଭିନୟ କରିଥିଲେ। ଫିରୋଜ ଖାନ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ।

ଖୁଦା ଗବାହ

ଆଫଗାନିସ୍ତାନରେ ଅମିତାଭ ବଚ୍ଚନ ଏବଂ ଶ୍ରୀଦେବୀଙ୍କ ଅଭିନୀତ ଫିଲ୍ମ ‘ଖୁଦା ଗବାହ’ ମଧ୍ୟ ସୁଟିଂ କରାଯାଇଥିଲା। ଏହି ଫିଲ୍ମରେ ଶ୍ରୀଦେବୀ ଡବଲ ରୋଲ୍‌ରେ ନଜର ଆସିଥିଲେ। ଫିଲ୍ମଟି ଆଫଗାନର ଏକ ଏମିତି ସ୍ଥାନରେ ସୁଟିଂ ହୋଇଥିଲା ଯେଉଁଠାକୁ କେବଳ ଘୋଡ଼ାଙ୍କ ଜରିଆରେ ଯାଇ ହେଉଥିଲା।କାବୁଲ ଏକ୍ସପ୍ରେସ

୨୦୦୬ରେ ଫିଲ୍ମ ‘କାବୁଲ ଏକ୍ସପ୍ରେସ’ ରିଲିଜ ହୋଇଥିଲା। ଏହି ଫିଲ୍ମଟି ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ସୁଟିଂ ହୋଇଥିଲା। କବୀର ଖାନଙ୍କ ନିର୍ଦ୍ଦେଶିତ ‘କାବୁଲ ଏକ୍ସପ୍ରେସ’ରେ ମୁଖ୍ୟ ଭୂମିକାରେ ଜନ୍ ଆବ୍ରାହମ ଏବଂ ଅର୍ଶଦ ୱାର୍ସି ଅଭିନୟ କରିଥିଲେ। ଏହି ଫିଲ୍ମର ସୁଟିଂ ସମୟରେ ଜନ୍ ଆବ୍ରାହମ୍ ଏବଂ ଅର୍ଶଦ ୱାର୍ସି ମଧ୍ୟ ଆତଙ୍କବାଦୀଙ୍କଠାରୁ ଧମକ ପାଇଥିଲେ।

ଟୋରବାଜ୍‌

୨୦୨୦ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିବା ଫିଲ୍ମ ଟୋରବାଜ୍‌ ମଧ୍ୟ ଆଫାଗାନିସ୍ତାନରେ ସୁଟିଂ କରାଯାଇଥିଲା। ଏହି ଫିଲ୍ମରେ ସଞ୍ଜୟ ଦତ୍ତ ମୁଖ୍ୟ ଭୂମିକାରେ ଥିଲେ। ଗିରିଶ ମଲିକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଆତଙ୍କବାଦର ବର୍ବରତା ଦେଖାଯାଇଥିଲା। ଫିଲ୍ମରେ ସଞ୍ଜୟ ଦତ୍ତ ଜଣେ ଆର୍ମି ଅଫିସର ଭାବେ ଅଭିନୟ କରିଥିଲା ବେଳେ ନର୍ଗିସ ଫକ୍‌ରୀ ଜଣେ ଆଫଗାନ ଯୁବତୀ ଚରିତ୍ରରେ ନଜର ଆସିଛନ୍ତି।

ଜାନସିନ୍

ଅଭିନେତା ଫିରୋଜ ଖାନଙ୍କ ପରି ତାଙ୍କ ପୁଅଙ୍କ ଡେବ୍ୟୁ ଫିଲ୍ମ ଜାନସିନ୍ ମଧ୍ୟ ଆଫଗାନିସ୍ତାନରେ ସୁଟିଂ କରାଯାଇଥିଲା। ଏହି ଫିଲ୍ମରେ ତାଙ୍କ ସହ ସେଲିନା ଜେଟଲୀ ମଧ୍ୟ ନଜର ଆସିଥିଲେ। ସୁପର୍ନା ବର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର କିଛି ଅଂଶ ଥାଇଲ୍ୟାଣ୍ଡରେ ମଧ୍ୟ ସୁଟିଂ କରାଯାଇଥିଲା।

ସେହିପରି ୨୦୧୨ରେ ରିଲିଜ ରିଲିଜ ହୋଇଥିବା ସୈଫ୍‌ ଅଲ୍ଲୀ ଖାନ ଓ କରୀନା କପୁରଙ୍କ ଅଭିନୀତ ଫିଲ୍ମ ‘ଏଜେଣ୍ଟ ବିନୋଦ’ ମଧ୍ୟ ଆଫଗାନିସ୍ତାନରେ ସୁଟିଂ ହୋଇଥିଲା। ଏଥିରେ ଶ୍ରୀରାମ ରାଘବନ ନିର୍ଦ୍ଦେଶନା ଦେଇଥିଲେ।

Comment