ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପରଷ୍ଟାର ରଜନୀକାନ୍ତ ପାଇବେ ଦାଦା ସାହେବ୍ ଫାଲକେ ପୁରସ୍କାର। ୨୦୧୯ ମସିହ ପାଇଁ ରଜନୀକାନ୍ତଙ୍କୁ ଏହି ପୁରସ୍କାର ଦିଆଯିବ। ଏନେଇ ଗୁରୁବାର କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ତେବେ ଆପଣ ଜାଣନ୍ତି କି କିଏ ଦାଦା ସାହେବ୍‌ ଫାଲକେ? ଯାହାଙ୍କ ନାମରେ ଦିଆଯାଏ ସିନେମାର ସର୍ବୋଚ୍ଚ ସମ୍ମାନ।

ଦାଦା ସାହେବଙ୍କୁ ଭାରତୀୟ ସିନେମାର ଜନ୍ମଦାତା କୁହାଯାଏ। ୧୮୭୦ ମସିହା, ଏପ୍ରିଲ ୩୦ରେ ଦାଦା ସାହେବଙ୍କ ଜନ୍ମ ମହାରାଷ୍ଟ୍ରର ତ୍ରିମ୍ବାକ ସହରରେ ହୋଇଥିଲା। ୧୯୧୩ରେ ସେ ରାଜା ହରିଶ୍ଚନ୍ଦ୍ର ନାଁରେ ପ୍ରଥମ ଥର ଫୁଲ ଲେନ୍ଥ ଫିଚର ଫିଲ୍ମ ନିର୍ମାଣ କରିଥିଲେ। ଏହି ଫିଲ୍ମର ବଜେଟ ୧୫ ହଜାର ଟଙ୍କା ଥିଲା।

ଦାଦା ସାହେବ କେବଳ ଜଣେ ନିର୍ଦ୍ଦେଶକ ନୁହେଁ ସେ ଜଣେ ଜଣାଶୁଣା ପ୍ରଡ୍ୟୁସର, ସ୍କ୍ରିନ ରାଇଟର ଥିଲେ। ଦାଦା ସାହେବ ୧୯ ବର୍ଷ ଫିଲ୍ମ କ୍ୟାରିୟରରେ ୯୫ ଫିଲ୍ମ ଓ ୨୭ଟି ସର୍ଟ ଫିଲ୍ମ ନିର୍ମାଣ କରିଥିଲେ।

ଏକଥା ବି କମ୍‌ ଲୋକ ଜାଣିଛନ୍ତି ଯେ ଦାଦା ସାହେବଙ୍କ ଅସଲ ନାଁ ଧୁନ୍ଧିରାଜ ଗୋବିନ୍ଦ ଫାଲକେ ଥିଲା।

ସେ ତାଙ୍କୁ ଫିଲ୍ମି କ୍ୟାରିୟରରେ ଅନେକ ଫିଲ୍ମ ନିର୍ମାଣ କରିଛନ୍ତି। ହେଲେ ଲାଇଫ୍‌ ଅଫ୍‌ ଖ୍ରୀଷ୍ଟ ତାଙ୍କର କ୍ୟାରିୟର ମୋଡ଼ ବଦଳାଇ ଦେଇଥିଲା। କୁହଯାଏ ଯେ ଏହି ଫିଲ୍ମ ନିର୍ମାଣ ପାଇଁ ସେ ତାଙ୍କ ପତ୍ନୀଙ୍କଠୁ ଟଙ୍କା ଉଧାର ନେଇଥିଲେ।

ଦାଦା ସାହେବ ମହିଳାଙ୍କୁ ବି ଫିଲ୍ମରେ କାମ କରିବା ପାଇଁ ସୁଯୋଗ ଦେଇଥିଲେ। ତାଙ୍କ ନିର୍ମିତ ଫିଲ୍ମ ‘ଭସ୍ମାସୁର ମୋହିନୀରେ ସେ ଦୁଇ ମହିଳାଙ୍କୁ କାମ ଦେଇଥିଲେ।

ସେତୁବନ୍ଧନ ତାଙ୍କର ଶେଷ ଫିଲ୍ମ ଥିଲା। ୧୯୪୪ରେ ଦାଦା ସାହେବ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଭାରତୀୟ ସିନେମା ଜଗତରେ ତାଙ୍କର ଐତିହାସିକ ଯୋଗଦାନ ପାଇଁ ୧୯୬୯ରେ ଭରତ ସରକାର ତାଙ୍କୁ ଦାଦା ସାହେବ ଫାଲକେ ଆଓ୍ୱାର୍ଡରେ ସମ୍ମାନିତ କରିଥିଲେ।

ଦାଦା ସାହେବ ଫାଲକେ ପୁରସ୍କାରରେ ଭାରତୀୟ ସିନେମାର ସର୍ବୋର୍ଚ୍ଚ ସମ୍ମାନ। ସର୍ବପ୍ରଥମେ ଦେବୀକା ରାନୀ ଚୌଧରୀଙ୍କୁ ଏହି ସମ୍ମାନ ମିଳିଥିଲା।

Comment