ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ଖୁବ କମ୍‌ ଦିନରେ ବଲିଉଡରେ ନାଁ କରିଛନ୍ତି। ‘‘ଫିଲ୍ମ ଷ୍ଟୁଟେଣ୍ଟ୍‌ ଅଫ୍ ଦ ଇୟର’’ରୁ ସେ ତାଙ୍କ ବଲିଉଡ କ୍ୟାରିୟର ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ଅନ୍ୟ କେତୋଟି ପିଲ୍ମ ଅନନ୍ୟାଙ୍କର ଆସୁଛି। ଆଜି ଏହି ଚୁଲବୁଲି ନାୟିକା ନିଜର ୨୧ତମ ଜନ୍ମଦିନ ପାଳନ କରୁଛନ୍ତି।

୧୯୯୮, ଅକ୍ଟୋବର ୩୦ରେ ଜନ୍ମ ହୋଇଥିଲେ ଅନନ୍ୟା। ଅନନ୍ୟାଙ୍କ ସାନ ଭଉଣୀ ରାୟସା ଏବେ ସ୍କୁଲରେ ପଢ଼ୁଛନ୍ତି।

ଡେବ୍ୟୁ ପିଲ୍ମରେ ଅନନ୍ୟାଙ୍କ ଅଭିନୟ ଓ ଦମଦାର ଡ୍ୟାନ୍ସକୁ ଖୁବ୍‌ ପସନ୍ଦ କରିଥିଲେ ଦର୍ଶକ। ଏହି  ଫିଲ୍ମରେ ତାଙ୍କ ଅପୋଜିଟରେ ଅଭିନେତା ଟାଇଗର ଶ୍ରଫ, ତାରା ସୂତାରିୟା ଥିଲେ।

ଆଗମୀ ଦିନରେ ତାଙ୍କର ଆଉ ଦୁଇଟି ଫିଲ୍ମ ଆସିବାକୁ ଯାଉଛି। ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଓ ଭୂମି ପଡେନକରଙ୍କ ସହ ଅନନ୍ୟା ‘‘ପତି ପତ୍ନୀ ଔର ଓ୍ୱୋ’’ରେ ନଜର ଆସିବେ। ସେହିପରି ତାଙ୍କର ଆସିବାକୁ ଥିବା ଆଉ ଏକ ଫିଲ୍ମ ହେଉଛି ‘‘ଖାଲିପିଲି’’। ଏହି ଫିଲ୍ମରେ ଅଭିନେତା ଇଶାନ ଖଟ୍ଟର ତାଙ୍କ ଅପୋଜିଟ୍‌ରେ ଆସିବେ।

Comment