ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନେତା ଇଶାନ ଖଟ୍ଟର, ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଖୁବଶୀଘ୍ର ଅନସ୍କ୍ରିନ ରୋମାନ୍ସ କରୁଥିବା ଦେଖିବାକୁ ପାଇବେ ଦର୍ଶକ। ନିକଟରେ ଉଭୟ ନିର୍ଦ୍ଦେଶକ ମକୁବଲ ଖାନଙ୍କର ଏକ ଫିଲ୍ମରେ ସାଇନ କରିଛନ୍ତି। ଫିଲ୍ମର ଟାଇଟଲ ‘ଖାଲି ପିଲି’ ରହିଛି। ଏନେଇ ଅଭିନେତା ଇଶାନ ନିଜେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି।

ସୋସିଆଲ ମିଡିଆରେ ଫିଲ୍ମର ଘୋଷଣା ହେବା ସହ ଫାଷ୍ଟ ଲୁକ୍‌ ମଧ୍ୟ ଜାରି କରିଛନ୍ତି ଇଶାନ। ଫଟୋରେ ଇଶାନ ଭିନ୍ନ ଏକ ଲୁକ୍‌ରେ ଆସିଛନ୍ତି। ହାଲ୍‌କା ଫୁଲକା ନିଶ ଦାଢ଼ିରେ ଇଶାନ ଦେଖାଯାଇଥିଲା ବେଳେ ଅନନ୍ୟାଙ୍କ ଲୁକ୍‌ ଟିକେ ହଟକେ ରହିଛି।

ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ବୋଲି ଜଣାପଡ଼ିଛି। ୨୦୨୦ରେ ଫିଲ୍ମଟି ରିଲିଜ କରିବାକୁ ଫିଲ୍ମ ନିର୍ମାତା ଆଶାବଦୀ ଅଛନ୍ତି। ‘ଖାଲି ପିଲି’ରେ ଅନନ୍ୟାଙ୍କ ସହ ରୋମାନ୍ସ କରିବେ ଇଶାନ ଖଟ୍ଟର

Comment