ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ସାଉଥ୍ ଷ୍ଟାର୍ ବିଜୟ ଦେବରକୋଣ୍ଡା ବଲିଉଡରେ ଏଣ୍ଟ୍ରି ମାରିବେ। କେବଳ ସେତିକି ନୁହେଁ ବଲିଉଡ୍ ସୁନ୍ଦରୀ ଅନନ୍ୟା ପାଣ୍ଡେଙ୍କ ସହ ରୋମାନ୍ସରେ ମଧ୍ୟ ନଜର ଆସିବେ ବିଜୟ ଦେବରକୋଣ୍ଡା। ଅନନ୍ୟା ପାଣ୍ଡେଙ୍କ ଏକ ଇନଷ୍ଟାଗ୍ରାମ ପୋଷ୍ଟ ଏଭଳି କିଛି ତଥ୍ୟ ଦେଇଛି।

ଅନନ୍ୟା ପାଣ୍ଡେ ସାଉଥଷ୍ଟାର ବିଜୟଙ୍କ ସହ ଏକ ଫୋଟକୁ ତାଙ୍କର ସୋସିଆଲ୍ ଆକାଉଣ୍ଟରେ ସେଆର୍ କରିଛନ୍ତି। ଏଥିରେ ସେ ନିର୍ଦ୍ଦେଶକ ପୁରୀ ଜଗନ୍ନାଥଙ୍କ ଆଗାମୀ ଫିଲ୍ମରେ କାମ କରୁଛନ୍ତି ବୋଲି ସୂଚନା ମିଳିଛି। ଫଟୋରେ ଦୁହେଁ ଏକ ଝରକା ପାଖରେ ବସିଥିବା ଦେଖିବାକୁ ମିଳିଛି ଏବଂ ଦୁହେଁ ହାତରେ କିଛି କାଗଜ ଧରି ପଢୁଥିବା ଭଳି ନଜର ଆସୁଛନ୍ତି।

ଏହା ପୂର୍ବରୁ ବିଜୟ ଦେବରକୋଣ୍ଡା ଫିଲ୍ମ ଅର୍ଜୁନ ରେଡ୍ଡୀ, ଗୀତ ଗୋବିନ୍ଦମ ଓ ଡିୟର କ୍ରମେଡ୍ ଜରିଆରେ ବେଶ୍ ଲୋକପ୍ରିୟ ହୋଇସାରିଛନ୍ତି। ସେହିପରି ଅନନ୍ୟା ପାଣ୍ଡେ ମଧ୍ୟ ବଲିଉଡରେ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି।

Comment