ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆଉ ଏକ ଦମଦାର ଫିଲ୍ମ ନେଇ ଆକ୍ସନ ଦୁନିଆଁକୁ ଫେରିଲେ ସାଉଥ ସୁପରଷ୍ଟାର ବିଜୟ ଦେବରାକୋଣ୍ଡା। ଅର୍ଜୁନ ରେଡ୍ଡୀ ପରେ ତାଙ୍କୁ ପୁଣିଥରେ ଆକ୍ସନ ଫିଲ୍ମରେ ଦେଖିବାକୁ ପାଇବେ ଦର୍ଶକ। ବିଜୟଙ୍କ ଏହି ଆଗାମୀ ଫିଲ୍ମ ହେଉଛି ଡିୟର କମରେଡ୍। ଆଜି ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି।  ୩ ମିନିଟ ୫ ସେକେଣ୍ଡର ଟ୍ରେଲରରେ ବିଜୟଙ୍କୁ ନୂଆ ଅବତାରରେ ଦେଖାଯାଇଛି। ଟ୍ରେଲରକୁ ବିଜୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି।

ଏଥିରେ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦାନା। ଟ୍ରେଲରରେ ବିଜୟ ଓ ରଶ୍ମିକାଙ୍କ କିଛି ରୋମଣ୍ଟିକ ଦୃଶ୍ୟ ବି ଦେଖିବାକୁ ମିଳିଛି।

ଭାରତ କମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ତେଲୁଗୁ, ତାମିଲ, କନ୍ନଡ ଭାଷାରେ ଜୁଲାଇ ୨୬ ରିଲିଜ ହେବ।

ଗତବର୍ଷ ୫ କୋଟି ଟଙ୍କାରେ ନିର୍ମିତ ବିଜୟ ଏବଂ ରଶ୍ମୀକାଙ୍କ ଅଭିନୀତ ସିନେମା ‘ଗୀତଗୋବିନ୍ଦମ’ ବହୁତ ବଡ ସଫଳତା ପାଇବା ସହ ୧୦୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା। ଖୁବ୍ କମ୍ ଦିନରେ ବହୁତ କମ୍ ଆଉ ସ୍ୱତନ୍ତ୍ର ଫିଲ୍ମ କରି ବେଶ ଫ୍ୟାନ୍ସ ଫଲୋଇଙ୍ଗ ସୃଷ୍ଟି କରିଛନ୍ତି ବିଜୟ।

Comment