ଓଡ଼ିଶାଲାଇଭ୍ ବ୍ୟୁରୋ

ସାଉଥ୍ ଇଣ୍ଡିଆନ୍ ହିନ୍ଦୀ ଡବିଂ ଫିଲ୍ମ ଦେଖିବାକୁ ଆପଣମାନେ ବିଶେଷ ଭାବେ ପସନ୍ଦ କରୁଥିବେ। ସାଉଥ୍ ଫିଲ୍ମର କାହାଣୀ ଓ ଆକ୍ସନ କାରଣରୁ ଅଧିକାଂଶ ଯୁବପିଢ଼ି ଏବେ ଏହାକୁ ପସନ୍ଦ କରୁଛନ୍ତି।

ସାଉଥ୍ ଷ୍ଟାର ସୁରିୟାଙ୍କ ଏଭଳି କିଛି ରୋମାଣ୍ଟିକ୍ ହିନ୍ଦୀ ଫିଲ୍ମ ବିଷୟରେ ଜାଣନ୍ତୁ…

ରିର୍ଟନ ଅଫ୍ ଗଜନି

୨୦୦୫ ମସିହାରେ ରିଲିଜ୍ ହୋଇଥିବା ତାମିଲ ଫିଲ୍ମ ‘ଆରୁ’ର ଏହା ହେଉଛି ହିନ୍ଦୀ ଡବିଂ। ଏହି ଫିଲ୍ମରେ ଆପଣ ସୁରିୟାଙ୍କ ସହିତ ସାଉଥ ସୁନ୍ଦରୀ ତ୍ରିଷା କ୍ରିଷ୍ଣନଙ୍କୁ ମଧ୍ୟ ଦେଖିବାକୁ ପାଇବେ। ଏହି ଫିଲ୍ମ ସେ ସମୟରେ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଭଲ ବ୍ୟବସାୟ କରିଥିଲା। ଏହାପରେ ଏହାକୁ ରିର୍ଟନ ଅଫ୍ ଗଜନି ନାଁରେ ହିନ୍ଦୀ ଡବିଂ କରାଯାଇଥିଲା।

ଚେନ୍ନାଇ vs ଚାଇନା

ଏହି ଫିଲ୍ମରେ ଆପଣ ସୁରିୟାଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ପାଇବେ। ଦମଦାର ଆକ୍ସନ ସାଙ୍ଗକୁ ଏହି ଫିଲ୍ମର କାହାଣୀ ଆପଣଙ୍କୁ ନିଶ୍ଚିତ ପସନ୍ଦ ଆସିବ। ଏହି ଫିଲ୍ମରେ ବୋଧିଧର୍ମଣଙ୍କ ବିଷୟରେ କୁହାଯାଇଛି। ଏଥିରେ ଆପଣ ସୁରିୟାଙ୍କ ସହିତ ଶ୍ରୁତି ହାସନଙ୍କୁ ଦେଖିବାକୁ ପାଇବେ।

ଟାଇମ୍ ଷ୍ଟୋରୀ

୨୦୧୬ ମସିହାରେ ତାମିଲ ଭାଷୀ ଫିଲ୍ମ ୨୪ର ଏହା ହେଉଛି ହିନ୍ଦୀ ଡବିଂ। ଏଥିରେ ଆପଣ ସୁରିୟାଙ୍କୁ ଏକ ଚତ୍ମକାର ଅଭିନେତା ଭାବେ ଦେଖିବାକୁ ପାଇବେ। ଯେଉଁଥିରେ ଗୋଟିଏ ସମୟରୁ ଆଉ ଗୋଟିଏ ସମୟକୁ ଯିବା ଆସିବା ଚାଲିରହିଥିବ। ଏଥିରେ ସୁରିୟାଙ୍କ ସହିତ ସାମନ୍ଥା ଓ ନିତ୍ୟା ମେନନ ମଧ୍ୟ ନଜର ଆସିବେ।

ଖତରନାକ୍ ଖିଲାଡି ୨

ଖତରନାକ ଖିଲାଡିରେ ଆପଣ ସୁରିୟାଙ୍କୁ ଜଣେ ଗୁଣ୍ଡା ଦାଦା ଚରିତ୍ରରେ ଦେଖିବାକୁ ପାଇବେ। ଏଥିରେ ତାଙ୍କ ସହିତ ବିଦ୍ୟୁତ ଜାମୱାଲ ଓ ମନୋଜ ବାଜପେୟୀ ମଧ୍ୟ ଅଭିନୟ କରିଛନ୍ତି। ଏହି ଫିଲ୍ମଟିରେ ଆପଣ ସୁରିୟାଙ୍କୁ ଏକ ଭିନ୍ନ ଅନ୍ଦାଜର ଅଭିନେତା ଭାବେ ଦେଖିବାକୁ ପାଇବେ।

Comment