ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ଏହି ସମସ୍ତ ଫିଲ୍ମ ଆପଣ ୟୁଟ୍ୟୁବରେ ମାଗଣାରେ ଦେଖିବାକୁ ପାଇବେ।

ବର୍ତ୍ତମାନର ଯୁବପୀଢ଼ି ସାଉଥ୍ ଇଣ୍ଡିଆନ୍ ହିନ୍ଦୀ ଡବିଂ ଫିଲ୍ମ ଦେଖିବାକୁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। ଅଲ୍ଲୁ ଅର୍ଜୁନ୍, ବିଜୟ ଦେବରକୋଣ୍ଡା, ଏନଟିଆର,ରଜନୀକାନ୍ତ, ମହେଶ ବାବୁଙ୍କ ଭଳି ଫିଲ୍ମ ଅଭିନେତାଙ୍କ ଆକ୍ସନ ସହ ସୁନ୍ଦରୀ ଅଭିନେତ୍ରୀଙ୍କ ଜଲୱା ଏବେ ସାଉଥ୍ ଫିଲ୍ମରେ ଦେଖିବାକୁ ମିଳୁଛି।

ତେବେ ଏଭଳି କିଛି ସାଉଥ ହିନ୍ଦୀ ଡବିଂ ରୋମାଣ୍ଟିକ୍ ଫିଲ୍ମ ଅଛି ଯାହା ଆପଣ ଦେଖିବାକୁ ନିଶ୍ଚୟ ଚାହିଁବେ…96 (movie 96)

ଏହି ଫିଲ୍ମରେ ଆପଣ ଏକ ସ୍କୁଲ ଜୀବନର ପ୍ରେମ କାହାଣୀ ଦେଖିବାକୁ ପାଇବେ। ତାମିଲ ଭାଷାରେ ନିର୍ମିତ ହୋଇଥିବା ଏହି ଫିଲ୍ମକୁ ଆପଣ ୟୁଟ୍ୟୁବରେ ମଧ୍ୟ ପାଇପାରିବେ। ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ବିଜୟ ସେତୁପତିଙ୍କ ସହ ଅଭିନେତ୍ରୀ ତ୍ରିଷା ନଜର ଆସିବେ। ତା ସହିତ ସ୍କୁଲ କ୍ୟାରିୟରରେ କିଭଳି ଜଣେ ଛାତ୍ର ପ୍ରେମରେ ପଡ଼ିବା ସହିତ ନିଜ ଜୀବନର ଯୁବକ ଅବସ୍ଥାରେ ପହଞ୍ଚୁଛି ତାହା ଏହି ଫିଲ୍ମରେ ଦେଖିବାକୁ ମିଳିବ।

ଅ ଆ (a aa)

ଏହି ଫିଲ୍ମଟି ମଧ୍ୟ ଏକ ସୁନ୍ଦର ପ୍ରେମ କାହାଣୀ ସହିତ ନିର୍ମାଣ ହୋଇଛି। ଯାହାକି ଆପଣ ୟଟ୍ୟୁବରେ ବିନା କୌଣସି ଖର୍ଚ୍ଚରେ ଦେଖିପାରିବେ। ମୂଳ ଭାଷା ତେଲୁଗୁରୁ ଏହି ଫିଲ୍ମରେ ହିନ୍ଦୀ ଭାଷାରେ ଡବିଂ ହୋଇଛି। ଫିଲ୍ମରେ ଆପଣ ସାଉଥ ଷ୍ଟାର ନିତିନଙ୍କ ସାମନ୍ଥାଙ୍କୁ ଦେଖିବାକୁ ପାଇବେ।

ଡିୟର କମ୍ରେଡ୍ (dear comrade)

ବିଜୟ ଦେବରକୋଣ୍ଡାଙ୍କ ଅଭିନୀତ ଏହି ଫିଲ୍ମଟି ମଧ୍ୟ ଏକ ସୁନ୍ଦର ରୋମାଣ୍ଟିକ ଫିଲ୍ମ। ଯାହାକି ୟୁଟ୍ୟୁବରେ ଉପଲବ୍ଧ ଅଟେ। ଏହି ଫିଲ୍ମରେ ଆପଣ ବିଜୟ ଦେବରକୋଣ୍ଡାଙ୍କ ସହିତ ରଶ୍ମିକା ମାନ୍ଧାନାଙ୍କୁ ଦେଖିବାକୁ ପାଇବେ।  ତେଲୁଗୁ ଭାଷାରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ହିନ୍ଦୀ ଭାଷାରେ ମଧ୍ୟ ଉପଲବ୍ଧ ଅଟେ। ବିଶେଷକରି ଯୁବପିଢ଼ୀଙ୍କୁ ଏହି ଫିଲ୍ମ ଅଧିକ ପସନ୍ଦ ଆସିବ।

ଡାସିଙ୍ଗ୍ ଦିଲଜାଲା (Dashing diljala)

ଦକ୍ଷିଣ ଭାରତର ଏକ ସୁନ୍ଦର ପ୍ରେମ କାହାଣୀଙ୍କୁ ନେଇ ଏହି ଫିଲ୍ମଟି ନିର୍ମାଣ କରାଯାଇଛି। ଯାହାକି ମାଲାୟାଲାମ୍ ଫିଲ୍ମର ରିମେକ୍। ତେଲୁଗୁ ହିନ୍ଦୀ ଡବିଂ ଏହି ଫିଲ୍ମରେ ଆପଣ ତିନି ତିନି ଜଣ ଅଭିନେତ୍ରୀଙ୍କୁ ଦେଖିବାକୁ ପାଇବେ। ତା ସହିତ ଅଭିନେତା ନାଗା ଚୈତନ୍ୟ ମଧ୍ୟ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ।

LEAVE A REPLY

Please enter your comment!
Please enter your name here