ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସାଉଥ୍ ଫିଲ୍ମର ସୁନ୍ଦରୀ ଅଭିନେତ୍ରୀ ରଶ୍ମୀକା ମନ୍ଦାନାଙ୍କୁ ଆପଣ ନିଶ୍ଚୟ ଜାଣିଥିବେ। ଡିୟର କ୍ରମେଡ୍ ଓ ଗୀତ ଗୋବିନ୍ଦମ ଭଳି ସୁପରହିଟ୍ ଫିଲ୍ମ ଜରିଆରେ ସେ ଏବେ ଦର୍ଶକଙ୍କ ନିକଟତର ହୋଇପାରିଛନ୍ତି।

ରଶ୍ମିକା ମନ୍ଦାନା , ମନୋରଞ୍ଜନ ଜଗତର ଏବେ ସେ ଜଣେ ଚର୍ଚ୍ଚିତ ଚେହେରା। ଯୁବପିଢ଼ିଙ୍କ ପାଇଁ ପାଲିଟିଛନ୍ତି ପ୍ରିୟ ଅଭିନେତ୍ରୀ। ଖବ୍‌ କମ୍‌ ଦିନରେ ଟଲିଉଡ ଫିଲ୍ମ ଜଗତରେ ନୂଆ ଇତିହାସ ରଚିବାରେ ସେ ହେଉଛନ୍ତି ପ୍ରଥମ ଅଭିନେତ୍ରୀ। ତେବେ ଆକର୍ଷଣୀୟ ଚେହେରା ଓ ଦମଦାର ଅଭିନୟ ପାଇଁ ଏହା ସମ୍ଭବ ହୋଇପାରିଛି। ଆଜି ଏହି ଅଭିନେତ୍ରୀ ୨୫ ବର୍ଷ ବୟସରେ ପାଦ ଥାପିଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ଚୁଲବୁଲି ନାୟିକାଙ୍କ ଫିଲ୍ମ କ୍ୟାରିୟର ସମ୍ପର୍କରେ।

ରଶ୍ମୀକା ୨୦୧୬ରେ ସବୁଠାରୁ ସଫଳ ବ୍ୟବସାୟିକ ଫିଲ୍ମ ‘କିରିକ ପାର୍ଟି’ରେ ଅଭିନୟ କରିଥିଲେ। ଏହା ଏକ କନ୍ନଡ ଫିଲ୍ମ ଥିଲା। ଏହାଛଡ଼ା ସେ ଖୁବ୍ କମ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଯିଏ ଅଳ୍ପ ସମୟ ମଧ୍ୟରେ ଟଲିଉଡର ୧୦୦ କୋଟି କ୍ଲବରେ ପ୍ରବେଶ କରିଥିଲେ।

ରଶ୍ମୀକା ୨୦୧୮ରେ ରୋମାଣ୍ଟିକ୍ ଡ୍ରାମା ‘ଚଲୋ’ ସହିତ ତେଲୁଗୁ ଫିଲ୍ମ ଡେବ୍ୟୁ କରିଥିଲେ, ଫିଲ୍ମଟି ବକ୍ସ ଅଫିସରେ ସୁପର ହିଟ୍ ପ୍ରମାଣିତ ହୋଇଥିଲା। ସେହି ବର୍ଷ ସେ ଗୀତା ଗୋବିନ୍ଦମରେ ଅଭିନୟ କରିଥିଲେ, ଯାହା ତେଲୁଗୁ ସିନେମା ଇତିହାସରେ ସର୍ବାଧିକ ଆୟକାରୀ ଫିଲ୍ମ ହୋଇପାରିଥିଲା।  ଏହି ଫିଲ୍ମରେ ତାଙ୍କ ବିପଞରେ ନାୟକ ସାଜିଥିଲେ ହ୍ୟାଣ୍ଡସମ୍‌ ହଙ୍କ୍‌ ବିଜୟ ଦେବରାକୋଣ୍ଡା। ଏହି ଫିଲ୍ମରୁ ଲୋକେ ରଶ୍ମୀକାଙ୍କୁ ପସନ୍ଦ କଲେ।

ତା’ ପରେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିଲେ ରଶ୍ମୀକା। ତାଙ୍କ ଅଭିନୀତ ଫିଲ୍ମ ‘ଡିୟର କମ୍ରେଡ’ ମଧ୍ୟ ହିଟ୍‌ ଫିଲ୍ମ ମଧ୍ୟରୁ ଗୋଟିଏ। ଏଥିର ତାଙ୍କ ନାୟକ ଥିଲେ ବିଜୟ ଦେବରାକେଣ୍ଡା। ଫିଲ୍ମରେ ଉଭୟଙ୍କର ଜବରଦସ୍ତ କେମେଷ୍ଟ୍ର ଦେଖିବାକୁ ପାଇଥିଲେ ଦର୍ଶକ। ଏବେ ସେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରର ଜଣେ ଜଣାଶୁଣା ଚେହେରା।

କିରିକ୍ ପାର୍ଟି (୨୦୧୬), ଅଞ୍ଜନି ପୁତ୍ର (୨୦୧୭), ଚାଲୋ (୨୦୧୮), ଗୀତା ଗୋବିନ୍ଦମ୍ (୨୦୧୮), ଡିୟର କମରେଡ୍‌ ଭଳି ଫିଲ୍ମରେ ଅଭିନୟ କରିଛନ୍ତି।

Comment