ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆଗାମୀ ଫିଲ୍ମ ‘ରାଧେଶ୍ୟାମ’ର ସୁଟିଂ ପାଇଁ ଏବେ ଇଟାଲିରେ ଅଛନ୍ତି ବାହୁବଳୀ ଷ୍ଟାର ପ୍ରଭାସ ଓ ଅଭିନେତ୍ରୀ ପୂଜା ହେଗଡେ। କିଛି ଦିନ ପୂର୍ବରୁ ଏଠାରେ କରୋନା ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣ ବାହାରେ ଥିଲା। ଏବେ ସ୍ଥିତିରେ ସୁଧାର ଆସିବା ପରେ ସେଠାରେ ସୁଟିଂରେ ଜୋର ସୋରରେ ଲାଗି ପଡ଼ିଛନ୍ତି ପୂଜା, ପ୍ରଭାସ। ଯଥାଶୀଘ୍ର ସୁଟିଂ ସାରିବାକୁ ଉଭୟ କରୁଛନ୍ତି ଉଦ୍ୟମ।

କରୋନା ପାଇଁ ପୂଜା ପ୍ରଭାସ କୌଣସି ହୋଟେଲରେ ନୁହେଁ ବରଂ ଏକ ଫାର୍ମ ହାଉସରେ ରହୁଥିବା ଜଣାପଡ଼ିଛି।

ଅନ୍ୟପଟେ ପ୍ରଭାସଙ୍କ ହାତରେ ଅନ୍ୟ ଏକ ବଡ଼ ପ୍ରୋଜେକ୍ଟ ‘ଆଦିପୁରୁଷ’ ରହିଛି। ଏହି ଫିଲ୍ମ ସୁଟିଂ ପାଇଁ ପ୍ରଭାସ ଶୀଘ୍ର ଭାରତ ଫେରିବାକୁ ଚାହୁଁଛନ୍ତି। ୨୦୨୧ରେ ଦଶହରା ଅବସରରେ ପ୍ରଭାସଙ୍କ ଫିଲ୍ମ ‘ରାଧେଶ୍ୟାମ’ ରିଲିଜ ହେବ ବୋଲି ଜଣାପଡ଼ିଛି। ଏହି ଫିଲ୍ମର ନିର୍ଦ୍ଦେଶନା ରାଧାକ୍ରିଷ୍ଣ କୁମାର ଦେଉଥିଲା ବେଳେ ଭୂଷଣ କୁମାର ଏହାର ପ୍ରଯୋଜକ ଅଛନ୍ତି।

Comment