ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନ୍ୟାସନାଲ କ୍ରସ ଆଖ୍ୟା ପାଇଥିବା ସାଉଥ ସୁନ୍ଦରୀ ରଶ୍ମୀକା ମନ୍ଦାନା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଆଗାମୀ ଫିଲ୍ମ ‘ମିସନ ମଜନୁ’ରେ ଏହି ଦକ୍ଷିଣୀ ଅଭିନେତ୍ରୀ ନିଜର ଜଲଓ୍ୱା ଦେଖାଇବେ।

୧୯୭୦ ମସିହାର ଏକ ସତ୍ୟ ଘଟଣା ଉପରେ ଏହି ଫିଲ୍ମର କାହାଣୀ ଆଧାରିତ ହୋଇଛି ବୋଲି ଜଣାପଡ଼ିଛି। ଏହି ଫିଲ୍ମରେ ଦର୍ଶକ ଏକ ରୋମାଞ୍ଚକର ମିସନ ସମ୍ବନ୍ଧରେ ଦେଖିବେ। ଏହି ଫିଲ୍ମରେ ସିଦ୍ଧାର୍ଥ ଗୁଇନ୍ଦା ସଂସ୍ଥାର ଜଣେ ଅଧିକାରୀ ଭୂମିକାରେ ନଜର ଆସିବେ। ଏଥିରେ ଶାନ୍ତନୁ ବାଗଚୀ ନିର୍ଦ୍ଦେଶନା ଭାର ସମ୍ଭାଳିବେ।

ଅନ୍ୟପଟେ ନିଜର ପ୍ରଥମ ବଲିଉଡ ପାଇଁ ରଶ୍ମୀକା ବେଶ ଉତ୍ସାହିତ ଅଛନ୍ତି। ଦକ୍ଷିଣ ଭାରତୀୟ ଫିଲ୍ମରେ ଦର୍ଶକ ତାଙ୍କୁ ଯେଭଳି ଭଲ ପାଇବା ଦେଇଛନ୍ତି ଏହି ଫିଲ୍ମରେ ବି ତାଙ୍କ ଦର୍ଶକଙ୍କ ସାଥ୍‌ ମିଳିବ ବୋଲି ସେ ଆଶାବାଦୀ ଅଛନ୍ତି।

ରଶ୍ମୀକା ୨୦୧୬ରେ ସବୁଠାରୁ ସଫଳ ବ୍ୟବସାୟିକ ଫିଲ୍ମ ‘କିରିକ ପାର୍ଟି’ରେ ଅଭିନୟ କରିଥିଲେ। ଏହା ଏକ କନ୍ନଡ ଫିଲ୍ମ ଥିଲା। ଏହାଛଡ଼ା ସେ ଖୁବ୍ କମ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଯିଏ ଅଳ୍ପ ସମୟ ମଧ୍ୟରେ ଟଲିଉଡର ୧୦୦ କୋଟି କ୍ଲବରେ ପ୍ରବେଶ କରିଥିଲେ।

ରଶ୍ମୀକା ୨୦୧୮ରେ ରୋମାଣ୍ଟିକ୍ ଡ୍ରାମା ‘ଚଲୋ’ ସହିତ ତେଲୁଗୁ ଫିଲ୍ମ ଡେବ୍ୟୁ କରିଥିଲେ, ଫିଲ୍ମଟି ବକ୍ସ ଅଫିସରେ ସୁପର ହିଟ୍ ପ୍ରମାଣିତ ହୋଇଥିଲା। ସେହି ବର୍ଷ ସେ ଗୀତା ଗୋବିନ୍ଦମରେ ଅଭିନୟ କରିଥିଲେ, ଯାହା ତେଲୁଗୁ ସିନେମା ଇତିହାସରେ ସର୍ବାଧିକ ଆୟକାରୀ ଫିଲ୍ମ ହୋଇପାରିଥିଲା। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନାୟକ ସାଜିଥିଲେ ହ୍ୟାଣ୍ଡସମ୍‌ ହଙ୍କ୍‌ ବିଜୟ ଦେବରାକୋଣ୍ଡା। ଏହି ଫିଲ୍ମରୁ ଲୋକେ ରଶ୍ମୀକାଙ୍କୁ ପସନ୍ଦ କଲେ। ତା’ ପରେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିଲେ ରଶ୍ମୀକା।

Comment