ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନେତା ପ୍ରକାଶ ରାଜ। ଫିଲ୍ମ ଦୁନିଆରେ ବେଶ୍‌ ଜଣାଶୁଣା ନାମ। କେତେବେଳେ ତାଙ୍କ ଭିଲେନ ଅଭିନୟରେ ଦର୍ଶକ ଭୟଭୀତ ହୋଇଥାନ୍ତି ତ କେତେବେଳେ ତାଙ୍କ କମେଡିରେ ଦର୍ଶକ ହସି ହସି ବେଦମ ହୋଇଥାନ୍ତି। ଭିଲେନ ହେଉ କି କମେଡି ସବୁଥିରେ ନମ୍ବର ୧ ଅଭିନେତା ଭାବେ ପ୍ରକାଶ ରାଜ ପରିଚିତ।

ଶୁକ୍ରବାର ଏହି ଅଭିନେତା ତାଙ୍କର ୫୫ତମ ଜନ୍ମ ଦିବସ ପାଳନ କରୁଛନ୍ତି। ପ୍ରକାଶ ରାଜ ମାର୍ଚ୍ଚ ୨୬, ୧୯୬୫ରେ ବେଙ୍ଗାଳୁରୁରେ ଜନ୍ମ ହୋଇଥିଲେ। ନିଜର ଦକ୍ଷ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜିତିଛନ୍ତି।

କେବଳ ଅଭିନୟ ନୁହେଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ବିରୋଧରେ ମନ୍ତବ୍ୟ ଦେଇ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି।

ପ୍ରକାଶ ରାଜ ‘ବିସିଲୁ କୁଦୁରେ’ ନାମକ ଏକ ଟିଭି ଶୋ’ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ୧୯୯୮ରେ ସେ ତାଙ୍କର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ। ‘ହିଟଲର’ ତାଙ୍କର ପ୍ରଥମ ବଲିଉଡ ଫିଲ୍ମ ଥିଲା।

ଓ୍ୱାଣ୍ଟେଡ୍‌, ସିଙ୍ଘମ ଭଳି ସୁପରହିଟ୍‌ ବଲିଉଡ ଫିଲ୍ମରେ ସେ ଭିଲେନ ରୋଲ କରି ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି। ଆରମ୍ଭରୁ ଅନେକ ସଂଘର୍ଷ ପରେ ସଫଳତା ପାଇଛନ୍ତି ପ୍ରକାଶ ରାଜ। ଏହାସହିତ ସବୁ ଫିଲ୍ମରେ ତାଙ୍କର କମେଡି ଅନ୍ଦାଜ ମଧ୍ୟ ଦେଖିବାକୁ ମିଳେ।

Comment