ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଲୋକପ୍ରିୟତା କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ରହିଛି। ଏହି ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ତାଙ୍କର ଦୁଇ ଦୁଇଟି ବିଗ୍‌ ବଜେଟ ଫିଲ୍ମ ‘ବାହୁବଳୀ ୨’ ଓ ‘ସାହୋ’ ପୁଣିଥରେ ଆମେରିକା ଓ ଜାପାନରେ ରିଲିଜ ହେବାକୁ ଯାଉଛି।

କରୋନା କଟକଣା ଭିତରେ ଏହି ଦେଶରେ ସିନେମା ହଲ୍‌ ଖୋଲିବା ପରେ ପ୍ରଭାସଙ୍କ ଜନ୍ମଦିନ ଅବସରରେ ଅକ୍ଟୋବର ୨୩ରେ ଏହି ଦୁଇଟି ଫିଲ୍ମ ରିଲିଜ କରିବାକୁ ନିଷ୍ପତ୍ତି ନିଆଯାଇଛି।

ପ୍ରଭାସଙ୍କ ‘ବାହୁବଳୀ ୨’ ୨୦୧୭ରେ ରିଲିଜ ହୋଇଥିଲା। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଏସଏସ୍‌ ରାଜମୌଲି। ଫିଲ୍ମଟି ବ୍ଲକବଷ୍ଟର ପ୍ରମାଣିତ ହୋଇଥିଲା।

ସେହିପରି ପ୍ରଭାସଙ୍କ ‘ସାହୋ’ ସୁପରଡୁପର ହିଟ୍‌ ହୋଇନଥିଲେ ମଧ୍ୟ ଏହି ଫିଲ୍ମକୁ ଦର୍ଶକ ପସନ୍ଦ କରିଥିଲେ। ଫିଲ୍ମଟି ୨୦୧୯ରେ ରିଲିଜ ହୋଇଥିଲା। ସୁଜିତ ଏହାର ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମରେ ପ୍ରଭାସଙ୍କ ସହ ପ୍ରଥମ ଥର ନଜର ଆସିଥିଲେ ଅଭିନେତ୍ରୀ ଶ୍ରଦ୍ଧା କପୁର।

Comment