ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ପୁରୁଷ ବିଶ୍ଵକପ ପହଞ୍ଚିଛି ପଞ୍ଚମ ଦିବସରେ। ମଙ୍ଗଳବାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ବିଶ୍ଵକପର ଦୁଇଟି ମ୍ୟାଚ। ବିଶ୍ଵକପ ଗ୍ରୁପ୍ ‘ବି’ରେ ପ୍ରଥମେ ଦକ୍ଷିଣ କୋରିଆ ଓ ଜାପାନ ମଧ୍ୟରେ ମ୍ୟାଚ ଖେଳାଯିବ। ଏହାପରେ ବିଶ୍ଵ ହକିର ଦୁଇ ମହାଶକ୍ତି ବେଲଜିୟମ ଓ ଜର୍ମାନୀ ମୁହାଁମୁହିଁ ହେବେ।

ମଙ୍ଗଳବାର ବିଶ୍ଵକପର ପ୍ରଥମ ମ୍ୟାଚ ଦକ୍ଷିଣ କୋରିଆ ଓ ଜାପାନ ମଧ୍ୟରେ ଖେଳାଯିବ। ଗ୍ରୁପ୍ ‘ବି’ର ଏହି ମ୍ୟାଚଟି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅପରାହ୍ଣ ୫ଟା ବେଳେ ଆରମ୍ଭ ହେବ। କ୍ୟାପଟେନ ଲି ସିୟୁଙ୍ଗ ଇଲଙ୍କ ନେତୃତ୍ୱରେ କୋରିଆ ଖେଳିବାକୁ ଆସିବ। ସେହିପରି ସେରେନ ଟନାକାଙ୍କ ନେତୃତ୍ଵରେ ଖେଳିବ ଜାପାନ। ବିଶ୍ଵକପରେ ଉଭୟ ଦଳ ନିଜର ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛନ୍ତି।

ପ୍ରଥମ ମ୍ୟାଚ ସରିବା ପରେ ବେଲଜିୟମ ଓ ଜର୍ମାନୀ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇବେ। କଳିଙ୍ଗ ଷ୍ଟାଡିୟମରେ ସନ୍ଧ୍ୟା ୭ଟା ବେଳେ ଏହି ମ୍ୟାଚଟି ଆରମ୍ଭ ହେବ। ଫେଲିକ୍ସ ଦିନାୟର ନେତୃତ୍ଵରେ ବେଲଜିୟମ ଦଳ ମ୍ୟାଚ ଖେଳିବ। ଅନ୍ୟପକ୍ଷରେ ଗ୍ରାମବୁସ ମ୍ୟାଟ୍ସ ଜର୍ମାନୀ ଦଳର ନେତୃତ୍ୱ ନେବେ। ବିଶ୍ଵକପରେ ଉଭୟ ଦଳ ନିଜର ପ୍ରଥମ ମ୍ୟାଚରେ ବିଜୟୀ ହୋଇଛନ୍ତି। ଏବେ ଗ୍ରୁପ୍ ଶୀର୍ଷରେ ରହିବା ପାଇଁ ଉଭୟ ଦଳଙ୍କ ମଧ୍ୟରେ ଟକ୍କର ହେବ।

Tags: #HockeyMen’sWorldCup #Groupstage #KalingaStadium #SouthKorea #Japan #Belgium #Germany #Hockey #Odisha

LEAVE A REPLY

Please enter your comment!
Please enter your name here