ଓଡ଼ିଶାଲାଇଭ୍ ବ୍ୟୁରୋ

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର ଷଡ଼ଯନ୍ତ୍ରକାରୀଙ୍କୁ କଡ଼ା ଜବାବ ଦେବା ପାଇଁ ଭାରତ ସପକ୍ଷରେ ଛିଡ଼ା ହେଲା ଜାପାନ। ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଜାପାନ ପ୍ରତିରକ୍ଷା ମନ୍ତ୍ରୀ ନାକାଟାନିଙ୍କ ମଧ୍ୟରେ ପହଲଗାମ ଆତଙ୍କବାଦୀ ଆକ୍ରମଣ, ଭାରତ-ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ଭାରତ-ପ୍ରଶାନ୍ତ ମହାସାଗରରେ ଚୀନର ବର୍ଦ୍ଧିତ ସାମରିକ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା ହୋଇଥିଲା।

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ଆତଙ୍କବାଦ ବିରୋଧ ଲଢ଼େଇରେ ଭାରତକୁ ଜାପାନର ସମର୍ଥନ ରହିଥିବା କହିଛନ୍ତି ନାକାଟାନି। ଏଥିପାଇଁ ଜାପାନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜନାଥ ସିଂହ।

ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ଆହୁରି ବୃଦ୍ଧି କରିବା ବିଷୟରେ ଉଭୟ ଦେଶ ମଧ୍ୟରେ ଆଲୋଚନା ହୋଇଛି ବୋଲି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଭାରତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।

Tags: #pahalgam #kashmir #jammukashmir #japan #ViralReels

Comment