ଓଡ଼ିଶାଲାଇଭ୍ ବ୍ୟୁରୋ
‘ଅପରେସନ ସିନ୍ଦୂର’ ପରେ ପ୍ରତିଶୋଧ ପରାୟଣ ହୋଇଉଠିଛି ପାକିସ୍ତାନ। ଜମ୍ମୁ କଶ୍ମୀରର ଏଲ୍ଓସି ନିକଟବର୍ତ୍ତୀ ଅଞ୍ଚଳରେ ଅସ୍ତ୍ରବିରତି ଉଲ୍ଲଂଘନ କରି ସଧାରଣ ଲୋକଙ୍କୁ ଟାର୍ଗେଟ କରିଛି ପାକ୍ ସେନା। ମୋର୍ଟାର ଓ ଗୁଳି ମାଡ଼ରେ ୫ ଜଣ ଶିଶୁ ଓ ୩ ଜଣ ମହିଳାଙ୍କ ସମେତ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ପ୍ରାୟ ୬୦ ଜଣ ଆହତ ହୋଇଛନ୍ତି।
ଜମ୍ମୁ କଶ୍ମୀରର ପୁଞ୍ଛ, କୁପୱାଡା, ବାରାମୁଲା, ଉରି ଏବଂ ଅଖନୁର ଅଞ୍ଚଳରେ ଏଲ୍ଓସି ପାଖାପାଖି ଗାଁ ଓ ସହରାଞ୍ଚଳରେ ପାକିସ୍ତାନୀ ସେନା ଗୁଳିଗୋଳା ମାଡ଼ କରିଛି। ଏହାର ଜବାବରେ ଭାରତୀୟ ସେନା ପକ୍ଷରୁ ପାକିସ୍ତାନର ଆର୍ମି ବଙ୍କରକୁ ଟାର୍ଗେଟ କରାଯାଇଛି। ସୀମାପାର ଗୁଳିବର୍ଷଣକୁ ଦୃଷ୍ଟିରେ ରଖି, ଜମ୍ମୁ-କଶ୍ମୀରର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି।
ସ୍କୁଲ ଏବଂ କଲେଜଗୁଡ଼ିକୁ ମଧ୍ୟ ବନ୍ଦ କରିଦିଆଯାଇଛି। ଏଲ୍ଓସି ପାଖ ଗାଁଗୁଡ଼ିକୁ ଖାଲି କରାଯାଉଛି। କେବଳ ଜମ୍ମୁ-କାଶ୍ମୀର ନୁହେଁ, ପଞ୍ଜାବର ସୀମାନ୍ତ ଜିଲ୍ଲାଗୁଡ଼ିକ ମଧ୍ୟ ହାଇ ଆଲର୍ଟରେ ରହିଛି।
Tags: #OperationSindoor #CeasefireViolation #LOC #jammukashmir