ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଉଛି ହକି ବିଶ୍ଵକପ ଗ୍ରୁପ୍ ‘ବି’ ମ୍ୟାଚ। ଜାପାନ ଓ ଦକ୍ଷିଣ କୋରିଆ ମଧ୍ୟରେ ଖେଳାଯାଇଛି ପ୍ରଥମ ମୁକାବିଲା। ଗ୍ରୁପ ପର୍ଯ୍ୟାୟର ଏହି ପ୍ରଥମ ମ୍ୟାଚରେ ଦକ୍ଷିଣ କୋରିଆ ୨-୧ ଗୋଲରେ ଜାପାନକୁ ପରାସ୍ତ କରିଛି। ଏହି ବିଜୟ ସହ ଦକ୍ଷିଣ କୋରିଆ ୩ ପଏଣ୍ଟ ହାସଲ କରି ଗ୍ରୁପ ‘‘ବି’ରେ ତୃତୀୟ ସ୍ଥାନକୁ ଯାଇଛି। ଦଳ ବିଶ୍ଵକପ କ୍ଵର୍ଟର ଫାଇନାଲ୍ ପାଇଁ ନିଜର ସ୍ଥିତ ମଜବୁତ କରିଛି।

ମଙ୍ଗଳବାର ଅପରାହ୍ଣ ୫ଟା ସମୟରେ ମ୍ୟାଚଟି ଆରମ୍ଭ ହୋଇଥିଲା। ମ୍ୟାଚ ଆରମ୍ଭ ହେବର ୧ ମିନିଟ ମଧ୍ୟରେ ଜାପାନ ପେନାଲ୍ଟି କର୍ଣ୍ଣରରୁ ଏକ ଗୋଲ ଦେଇଥିଲା ଦଳ ପକ୍ଷରୁ କେନ ନଗାୟୋସି ଏହି ଗୋଲ ଦେଇଥିଲେ। ଜାପାନର ଖେଳାଳିମାନେ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲେ ମଧ୍ୟ ଦକ୍ଷିଣ କୋରିଆ କିଛି ସମୟ ମଧ୍ୟରେ ଏହି ଗୋଲ ବରାବର କରିଦେଇଥିଲା

ଦକ୍ଷିଣ କୋରିଆ ଖେଳାଳି ଜୁଙ୍ଗଜୁଙ୍ଗ ଲି ମ୍ୟାଚର ଅଷ୍ଟମ ମିନିଟ ଓ ୨୩ ତମ ମିନିଟରେ ଦୁଇଟି ଗୋଲ ଦେଇଥିଲେ। ଏହାପରେ ମ୍ୟାଚରେ ଜାପାନକୁ ଅନେକ ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଏହାକୁ ସେମାନେ ଗୋଲରେ ପରିବର୍ତ୍ତନ କରିପାରିନଥିଲେ ମ୍ୟାଚର ଶେଷ ଭାଗରେ ଦୁଇ ଦଳ ଡିଫେନ୍ସରେ ବହୁତ ଭଲ ପ୍ରଦର୍ଶନ କରିଥିଲେ।

ମଙ୍ଗଳବାର ବିଶ୍ଵକପର ପରବର୍ତ୍ତୀ ମ୍ୟାଚଟି ଜର୍ମାନୀ ଓ ବେଳଜିୟମ ମଧ୍ୟରେ ଖେଳାଯିବ। କଳିଙ୍ଗ ଷ୍ଟାଡିୟମରେ ହେବକୁଥିବା ଏହି ମ୍ୟାଚଟି ସାନ୍ଧ୍ୟା ୭ଟା ବେଳେ ଆରମ୍ଭ ହେବ।

Tags: #HockeyMen’sWorldCup #Groupstage #SouthKorea #wins #Japan #kalingaStadium #Hockey #India #Odisha

Comment