ଓଡ଼ିଶାଲାଇଭ୍ ବ୍ୟୁରୋ

  • ଓଡ଼ିଶାରେ ପୁଷ୍ପା- ୨ର ସୁଟିଂ
  • ସ୍ଵାଭିମାନ ଅଞ୍ଚଳରେ ଆଲୁ ଅର୍ଜୁନ

ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଛି ଲୋକପ୍ରିୟ ତେଲୁଗୁ ଚଳଚ୍ଚିତ୍ର ପୁଷ୍ପା-୨ର ସୁଟିଂ। ସ୍ଵାଭିମାନ ଅଞ୍ଚଳ ଏବଂ ସପ୍ତଧାରା ନଦୀର ବିଭିନ୍ନ ସ୍ଥାନରେ ଏହି ଚଳଚ୍ଚିତ୍ରର କେତେକ ଦୃଶ୍ୟ ସୁଟିଂ ହେବ। ସିନେମାର ସୁଟିଂ ପାଇଁ ମାଲକାନଗିରିରେ ପହଞ୍ଚିଛନ୍ତି ସାଉଥ ସୁପରଷ୍ଟାର ଆଲୁ ଅର୍ଜୁନ।

ପୁଷ୍ପାର ସୁଟିଂ ପାଇଁ ମାଲଗାନଗିରି ଜିଲ୍ଲାପାଳ ଅନୁମତି ଦେବା ପରେ ଏହି ଫିଲ୍ମର ଟିମ୍ ମେମ୍ବର ଏଠାରେ ପହଞ୍ଚିଛନ୍ତି। ଆଲୁ ଅର୍ଜୁନ ମାଲକାନଗିରିରେ ପହଞ୍ଚିବା ଶୁଣି ଜିଲ୍ଲାବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଆଲୁ ଅର୍ଜୁନଙ୍କୁ ଦେଖିବାକୁ ସୁଟିଂ ସେଟ୍ ନିକଟରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି।

ଚିତ୍ରକୋଣ୍ଡା ବ୍ଲକରେ ଚଳଚ୍ଚିତ୍ରର ସୁଟିଂ ଚାଲିଥିବା ସମୟରେ ଆଲୁ ଅର୍ଜୁନ କଳା ଟି-ସାର୍ଟ ସାଙ୍ଗକୁ ହାଫ୍ ଫ୍ୟାଣ୍ଟରେ ନଜର ଆସିଥିଲେ। ତାଙ୍କର ଏହି ଲୁକର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଫ୍ୟାନ୍ସମାନେ ଏହାକୁ ଖୁବ୍ ପସନ୍ଦ କରିଛନ୍ତି। ଅନ୍ୟ ଏକ ସୁପରହିଟ୍ ଚଳଚ୍ଚିତ୍ର ଆର୍ଯ୍ୟା-୨ରେ ଏହିଭିଳି ଲୁକରେ ଆଲୁ ଅର୍ଜୁନଙ୍କୁ ଦେଖିବାକୁ ମିଳିଥିଲା।

ସାରା ବିଶ୍ଵରେ ପୁଷ୍ପା-୨ର ଲୋକପ୍ରିୟତା ଏବଂ ବ୍ୟବସାୟିକ ସଫଳତା ପରେ ଏହାର ସିକୁଏଲ ନିର୍ମାଣ କରିବାକୁ ଯୋଜନା କରିଥିଲା ପ୍ରଯୋଜନା ସଂସ୍ଥା। ବତ୍ତର୍ମାନ ପୁଷ୍ପା-୨ର ସୁଟିଂ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ଚାଲିଛି।

ଚିତ୍ରକୋଣ୍ଡାଠାରେ ଥିବା ଝୁଲାପୋଲରେ ଏହି ଚଳଚ୍ଚିତ୍ରର କିଛି ଦୃଶ୍ୟ ସୁଟ କରିବାକୁ ସ୍ଥିର ହୋଇଛି। ନିକଟରେ ପୁଷ୍ପା-୨ର ପୋଷ୍ଟର ଓ ଟିଜର୍ ରିଲିଜ ହୋଇଥିଲା, ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।

Tags: #Entertainment #SouthFilm #Puspa2 #Puspa2ShootinginMalkangiri #SouthSuperStarAlluArjun #Odisha

LEAVE A REPLY

Please enter your comment!
Please enter your name here