ଓଡ଼ିଶାଲାଇଭ୍ ବ୍ୟୁରୋ

‘ପୁଷ୍ପା ୨’କୁ ନେଇ ବଢ଼ିଛି ଉତ୍କଣ୍ଠା, ପୁଷ୍ପାର ହାତ ଥିବା ପୋଷ୍ଟର କହିଛି ଅନେକ କଥା

ସାଉଥ ସିନେମା ‘ପୁଷ୍ପା’ ୨୦୨୧ ମସିହାରେ ମୁକ୍ତିଲାଭ କରିଥିଲା, ଯାହା ଏବେଯାଏଁ ଲୋକଙ୍କ ମନରୁ ଲିଭିନି। ‘ପୁଷ୍ପା’ର ଗୀତ, ଆକ୍ସନ ଏବଂ ଅଲୁ ଅର୍ଜୁନଙ୍କ ଅଭିନୟ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ସିନେମାଟି ଦେଶବିଦେଶରେ ଅନେକ ଲୋକପ୍ରିୟତା ହାସଲ କରିଥିଲା।

ଏବେ ‘ପୁଷ୍ପା ୨’ କୁ ନେଇ ଉତ୍ସାହ ଚରମ ସୀମାରେ ପହଞ୍ଚିଛି। ଏହାରି ଭିତରେ ସିନେମାର ରିଲିଜ ତାରିଖ ଘୋଷଣା ହୋଇଛି। ଏହା ୧୫ ଅଗଷ୍ଟ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି କୁହାଯାଇଛି। ତେବେ ବର୍ତ୍ତମାନ ପ୍ରଶଂସକଙ୍କୁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡିବ।ରିଲିଜ ପୂର୍ବରୁ ‘ପୁଷ୍ପା ୨’ର ପୋଷ୍ଟରକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୋଷ୍ଟରଟି ପୁଷ୍ପା ବିଷୟରେ ଅନେକ କିଛି କହିଛି। ଏଥିରେ କେବଳ ପୁଷ୍ପାର ହାତ ଦେଖାଯାଉଛି, ଯେଉଁଥିରେ ରକ୍ତ ଲାଗିଛି। ତାଙ୍କ କାଣୀ ଆଙ୍ଗୁଠି ସ୍ପଷ୍ଟ ଦେଖାଯାଉଛି, ଯାହାର ନଖ ବହୁତ ଲମ୍ବା ଏବଂ ନେଲ୍‌ପଲିସ୍ ମଧ୍ୟ ଲଗାଯାଇଛି।

ଏବେ ପ୍ରଶ୍ନ ଉଠୁଛି ଯେ ପୁଷ୍ପା ଏହି କାଣୀ ଆଙ୍ଗୁଠି ଏବଂ ନଖ ଦେଖାଇବା ପଛରେ ବିଶେଷ କାରଣ କ’ଣ? ଏହାର ଉତ୍ତର ମିଳିଛି ଯେ କେତେକ ସଂସ୍କୃତିରେ କାଣୀ ଆଙ୍ଗୁଠିର ନଖ ଲମ୍ବା ରଖିବା ଧନ ଏବଂ ଉଚ୍ଚ ସାମାଜିକ ସ୍ଥିତିର ପ୍ରତୀକ ବୋଲି ବିଶ୍ୱାସ କରାଯାଇଥାଏ। ଏଥିରୁ ଜଣାପଡ଼ୁଛି ଏଥର ପୁଷ୍ପାର ଅନ୍ଦାଜ୍ ପୁରା ଭିନ୍ନ ହେବାକୁ ଯାଉଛି।ନିର୍ଦେଶକ ସୁକୁମାରଙ୍କ ଦ୍ୱାରା ପ୍ରସ୍ତୁତ ‘ପୁଷ୍ପା ୨’ ଏକାଧିକ ଭାଷାରେ ମୁକ୍ତିଲାଭ କରିବ। ସାଉଥ୍ ଷ୍ଟାର ଅଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଏବଂ ଫହାଦ୍ ଫାସିଲ ସିନେମାରେ ପ୍ରମୁଖ ଭୂମିକାରେ ଅଛନ୍ତି।

Tags: #Pushpa2TheRule #Sukumar #Alluarjun #FahadhFaasil #SouthCinema

Comment