ଓଡ଼ିଶାଲାଇଭ୍ ବ୍ୟୁରୋ

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ବାହୁବଳୀ ଷ୍ଟାର ପ୍ରଭାସଙ୍କୁ ଆପଣ ସମସ୍ତେ ଚିହ୍ନିଥିବେ। ନିଜର ଦମଦାର ଅଭିନୟ ସାଙ୍ଗକୁ ବାହୁବଳୀ ଫିଲ୍ମ ତାଙ୍କୁ ସମସ୍ତଙ୍କ ଆଗରେ ପରିଚିତ କରାଇପାରିଥିଲା। ତେବେ ବାହୁବଳୀ ବ୍ୟତୀତ ପ୍ରଭାସଙ୍କ ଆଉ କେତୋଟି ଫିଲ୍ମ ମଧ୍ୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଏହି ଫିଲ୍ମ ତାମିଲ୍ ଓ ତେଲୁଗୁ ଭାଷାରେ ନିର୍ମାଣ ହୋଇଥିଲେ ମଧ୍ୟ ଏହାକୁ ହିନ୍ଦୀରେ ଡବିଂ କରାଯାଇଛି। ଯାହାକି ଆପଣ ୟୁଟ୍ୟୁବରେ ଦେଖିବାକୁ ପାଇବେ।

ପ୍ରଭାସଙ୍କ କେତୋଟି ରୋମାଣ୍ଟିକ୍ ହିନ୍ଦୀ ଡବିଂ ଫିଲ୍ମ…

ବରଷମ (Versham)

୨୦୦୪ ମସିହାରେ ରିଲିଜ୍ ହୋଇଥିବା ତେଲୁଗୁ ଫିଲ୍ମ ବରଷମରେ ପ୍ରଭାସଙ୍କ ସହ ତ୍ରିଷାଙ୍କୁ ଦେଖିବାକୁ ମିଳିଥିଲା। ଏକ ସୁନ୍ଦର ରୋମାଣ୍ଟିକ ପ୍ରେମ କାହାଣୀକୁ ନେଇ ଏହି ଫିଲ୍ମଟିର ନିର୍ମାଣ ହୋଇଥିଲା। ଏହି ଫିଲ୍ମଟି ଆପଣ ହିନ୍ଦୀ ଡବିଂରେ ମଧ୍ୟ ୟୁଟ୍ୟୁବରେ ମଧ୍ୟ ପାଇପାରିବେ।

ସନ୍ୟାସୀ – ଦ ୱାରିୟର ସେଣ୍ଟ୍ ( sanyasi – the warrior saint)

ତେଲୁଗୁ ଭାଷାରେ ନିର୍ମାଣ ହୋଇଥିବା ଫିଲ୍ମ ରାଘବେନ୍ଦ୍ରର ହିନ୍ଦୀ ଡବିଂ ହେଉଛି ସନ୍ୟାସୀ ଦ ୱାରିୟର ସେଣ୍ଟ୍। ଏହି ଫିଲ୍ମରେ ଆପଣ ପ୍ରଭାସଙ୍କୁ ଏକ ଭିନ୍ନ ଗେଟଅପରେ ଦେଖିବାକୁ ପାଇବେ। ସେ ଏହି ଫିଲ୍ମରେ ଏକ ସନ୍ୟାସୀର ରୂପ ଧାରଣ କରି ଜୀବନ ବଞ୍ଚୁଥିବା ଦେଖିବାକୁ ମିଳିଛି। ଏହି ଫିଲ୍ମଟି ହିନ୍ଦୀ ଭାଷାରେ ୟ୍ୟୁଟ୍ୟୁବରେ ମଧ୍ୟ ଉପଲବ୍ଧ ଅଛି।

ଛତ୍ରପତି (chhatrapati)

ପ୍ରଭାସଙ୍କ ଦମଦାର ଆକ୍ସନ ସାଙ୍ଗକୁ ରୋମାନ୍ସ ଆପଣ ଏହି ଫିଲ୍ମରେ ଦେଖିବାକୁ ପାଇବେ। ଏହି ଫିଲ୍ମଟି ମୂଳ ତେଲୁଗୁ ଭାଷାରେ ନିର୍ମାଣ ହୋଇଥିବାବେଳେ ଏହାକୁ ହିନ୍ଦୀରେ ମଧ୍ୟ ଡବିଂ କରାଯାଇଛି। ବାହୁବଳୀ ନିର୍ମାଣ କରିଥିବା ନିର୍ଦ୍ଦେଶକ ରାଜମୌଲୀଙ୍କ ଏହା ଆଉ ଏକ ଫିଲ୍ମ ବୋଲି ବହୁତ କମ୍ ଲୋକ ଜାଣିଥିବେ।

ତ୍ରିଦେବ – ପ୍ୟାର କି ଜଙ୍ଗ୍ ( Tridev – Pyar ki jung )

ସାଉଥ୍ ଷ୍ଟାର ପ୍ରଭୁଦେବାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ତେଲୁଗୁ ଭାଷାରେ ନିର୍ମାଣ କରାଯାଇଥିଲା। ଯାହାର ନାଁ ଥିଲା ପୁର୍ଣ୍ଣମୀ।  ଏହି ଫିଲ୍ମରେ ପ୍ରଭାସଙ୍କ ସହ ତ୍ରିସାଙ୍କୁ ଦେଖିବାକୁ ମିଳିଥିଲା। ଏହାପରେ ଏହି ଫିଲ୍ମକୁ ହିନ୍ଦୀ ଭାଷାରେ ଡବିଂ କରାଯାଇଥିଲା। ଯାହାର ନାଁ ରଖାଯାଇଥିଲା ତ୍ରିଦେବ।

ଖତରନାକ ଖିଲାଡି (khatarnak khiladi)

ଏହା ମଧ୍ୟରେ ସବୁଠୁ ଲାଟେଷ୍ଟ ଫିଲ୍ମ ହେଉଛି ଖତରନାକ ଖିଲାଡି। ଏହା ୨୦୧୩ ମସିହାରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମଟି ତେଲୁଗୁ ଭାଷାରେ ନିର୍ମାଣ ହୋଇଥିବାବେଳେ ଏହାର ନାଁ ଥିଲା ମିରଚି। ଏଥିରେ ପ୍ରଭାସଙ୍କ ସହ ଅନୁଷ୍କା ସେଟ୍ଟୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here