ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଛୋଟ ପରଦାର ଅଭିନେତ୍ରୀମାନେ କେବଳ ଟିଭି ସିରିଏଲ୍ ନୁହେଁ ଫିଲ୍ମ ଫିଳ୍ମରେ ମଧ୍ୟ ଭଲ ପ୍ରଦର୍ଶନ କରିଥାନ୍ତି।  ଟିଭି ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସିରିଏଲ ବ୍ୟତୀତ ଫିଲ୍ମ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ସେ ବଲିଉଡ ହେଉ ବା ସାଉଥ ଫିଲ୍ମ ହେଉ। ସେମିତି କିଛି ଟିଭି ଅଭିନେତ୍ରୀଙ୍କୁ  ଜାଣିବା ଯେଉଁମାନେ ସାଉଥ ଫିଲ୍ମରେ ବେଶ୍‌ ସଫଳ ହୋଇଛନ୍ତି।

ଆଦିତି ଶର୍ମା

‘ଗଙ୍ଗା’ ଏବଂ ‘ସିଲସିଲା’ ଟିଭି ସିରିଏଲରେ ଅଭିନୟ କରିଥିବା ଅଦିତି ଶର୍ମା ବଲିଉଡ ଫିଲ୍ମ ଲେଡିଜ୍ ଭସେସ  ରିକି ବହଲରେ ମଧ୍ୟ ଆଦିତ୍ୟ ଶର୍ମାଙ୍କୁ ଦେଖିବାକୁ ମିଳିଥିଲା। ସେ ସାଉଥ୍‌ ଫିଲ୍ମର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟ

ଅନୀତା

ଛୋଟ ପରଦାରେ ହିଟ୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅନୀତା। ୨୦୦୧ରେ ମସିହାରେ ସାଉଥ୍ ସିନେମା ‘ନୁଭୁ ନେନୁ’ରେ ଡେବ୍ୟୁ କରିଥିଲେ। ସେବେଠାରୁ ଅନୀତା ଅନେକ ସାଉଥ ଫିଲ୍ମରେ ଅଭିନୟ କରିଛନ୍ତି।

ଏରିକା ଫର୍ଣ୍ଣାଣ୍ଡିସ୍

ଏକତା କପୁରଙ୍କ ଟିଭି ସିରିଏଲ କସୌଟି ଜିନ୍ଦେଗୀ କେ’ରେ ପ୍ରେରଣା ଭୂମିକା ନିଭାଉଛନ୍ତି ଏରିକା ଫର୍ଣ୍ଣାଣ୍ଡିସ୍। ସେ ମଧ୍ୟ ସାଉଥ ଫିଲ୍ମର ଜଣେ ପ୍ରସିଦ୍ଧ ଅଭିନେତ୍ରୀ।

ହଂସିକା ମୋଟୱାନି

ଟିଭି ଧାରାବାହିକ ‘ଶାକା ଲାକା ବୁମ୍ ବୁମ୍’ରେ ଶିଶୁ କଳାକାର ଭାବରେ ଦେଖିବାକୁ ମିଳିଥିଲା ହଂସିକାଙ୍କୁ। ଏହା ବ୍ୟତୀତ ସେ ହ୍ରିତିକ ରୋଶନଙ୍କ ଫିଲ୍ମ ‘କୋଇ ମିଲ ଗୟା’ରେ ମଧ୍ୟ କାମ କରିଛନ୍ତି। ଆଜିକାଲି, ଯଦିଓ ସେ ବଲିଉଡରୁ ଦୂରରେ ଅଛନ୍ତି ତଥାପି ସାଉଥ ଫିଲ୍ମର ଜଣେ ଟପ୍‌ ଅଭିନେତ୍ରୀ।sradha arya

ଶ୍ରଦ୍ଧା ଆର୍ଯ୍ୟ

ଟିଭି ସିରିଏଲ ‘କୁଣ୍ଡଲି ଭାଗ୍ୟ’ର ପ୍ରୀତା ଭୂମିକାରେ ଅଭିନୟ କରୁଛନ୍ତି ଶ୍ରଦ୍ଧା। ସେ ୨୦୦୬ ମସିହାରେ ସାଉଥ୍‌ ଫିଲ୍ମ  କଲଭାନିନ କାଦାଲିରେ ଡେବ୍ୟୁ କରିଥିଲେ। ଏହା ପରେ ଶ୍ରଦ୍ଧା ଅନେକ ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ଭାଷା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି।

Comment