ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟରୋ

ସାଉଥ୍ ଅଭିନେତ୍ରୀ ସାଇ ପଲ୍ଲବୀଙ୍କୁ ଆପଣମାନେ ସମସ୍ତେ ଜାଣିଥିବେ। ନିଜର ଦମଦାର ଅଭିନୟ ସହିତ ସୁନ୍ଦର ସୁନ୍ଦର ପ୍ରେମ କାହାଣୀ ଦର୍ଶକଙ୍କୁ ତାଙ୍କ ପ୍ରତି ଆକର୍ଷିତ କରିଛି।

ତେବେ ଆସନ୍ତୁ, ଜାଣିବା ସାଇ ପଲ୍ଲବୀଙ୍କ କେତୋଟି ରୋମାଣ୍ଟିକ୍ ହିନ୍ଦୀ ଡବିଂ ଫିଲ୍ମ

ଫିଦା (Fidaa)

ସାଇ ପଲ୍ଲବୀ ଓ ବରୁଣ ତେଜଙ୍କ ଅଭିନୀତି ଏହି ଫିଲ୍ମଟି ଏକ ସୁନ୍ଦର ପ୍ରେମ କାହାଣୀକୁ ନେଇ ନିର୍ମାଣ କରାଯାଇଛି। ମୂଳ ତେଲୁଗୁ ଭାଷାରେ ନିର୍ମାଣ ହୋଇଥିବା ଏହି ଫିଲ୍ମଟି ଆପଣଙ୍କୁ ୟଟ୍ୟୁବରେ ହିନ୍ଦୀରେ ମିଳିପାରିବ। ଯାହାକି ବିଲକୁଲ୍ ମାଗଣାରେ ଦର୍ଶକଙ୍କ ପାଇଁ ଉପଲବ୍ଧ ଅଟେ। ଏହି ଫିଲ୍ମରେ ଦର୍ଶକମାନେ ସାଇ ପଲ୍ଲବୀଙ୍କ ଅଭିନୀତ ଏକ ସୁନ୍ଦର ରୋମାଣ୍ଟିକ କାହାଣୀକୁ ଦେଖିବାକୁ ପାଇବେ।

ଏମସିଏ (MCA)

୨୦୧୭ ରେ ରିଲିଜ୍ ହୋଇଥିବା ତେଲୁଗୁ ଫିଲ୍ମ ଏମସିଏ ବର୍ତ୍ତମାନ ହିନ୍ଦୀ ଡବିଂରେ ୟଟ୍ୟୁବରେ ଉପଲବ୍ଧ। ଏହି ରୋମାଣ୍ଟିକ୍ ପ୍ରେମ କାହାଣୀ ଫିଲ୍ମରେ ଦର୍ଶକମାନେ ସାଇ ପଲ୍ଲବୀଙ୍କ ସହିତ ସାଉଥ୍ ଷ୍ଟାର ନାନିଙ୍କୁ ମଧ୍ୟ ଦେଖିବାକୁ ପାଇବେ। ଏକ ନିଚ୍ଛକ ପ୍ରେମ କାହାଣୀକୁ ନେଇ ଏହି ଫିଲ୍ମଟି ନିର୍ମାଣ ହୋଇଛି।ପ୍ରେମମ୍ (Premam)

୨୦୧୫  ମସିହାରେ ମାଲାୟାଲାମ୍ ଭାଷାରେ ନିର୍ମାଣ ହୋଇଥିବା ଏହି ଫିଲ୍ମର ନାଁ ହେଉଛି ପ୍ରେମମ। ଏହି ଫିଲ୍ମରେ ଦର୍ଶକମାନେ ସାଇ ପଲ୍ଲବୀଙ୍କୁ ଜଣେ କଲେଜର ଶିକ୍ଷକ ଭାବେ ଦେଖିବାକୁ ପାଇବେ। ତାଙ୍କ ପ୍ରେମରେ ତାଙ୍କ ନିଜର ଜଣେ ଷ୍ଟୁଡେଣ୍ଟ୍ ପଡ଼ିଯାଉଛନ୍ତି। ଯାହାକି ଏକ ସୁନ୍ଦର ପ୍ରେମ କାହାଣୀ ସହିତ ଆଗକୁ ବଢୁଛି। ଏହି ଫିଲ୍ମଟି ମାଲାୟାଲାମ୍ ଭାଷାରେ ହିଁ ଅଛି। ଏହାକୁ ହିନ୍ଦୀରେ ଦେଖିବାକୁ ହେଲେ ଆପଣଙ୍କୁ ଏହାର ହିନ୍ଦୀ ଡବିଂ ଫିଲ୍ମ ଦେଖିବାକୁ ପଡ଼ିବ। ହେଲେ ଏହି ଫିଲ୍ମରେ ସାଇ ପଲ୍ଲବୀଙ୍କ ଜାଗାରେ ଶ୍ରୁତି ହାସନ ଅଭିନୟ କରିଛନ୍ତି। ଉଭୟ ମାଲାୟାଲାମ୍ ଓ ହିନ୍ଦୀ ଫିଲ୍ମଟି ୟୁଟ୍ୟୁବରେ ଆପଣ ଦେଖିବାକୁ ପାଇବେ।

ମାରି ୨  (maari 2)

ସାଉଥ୍ ସୁପରଷ୍ଟାର ଅଭିନେତା ଧନୁଷଙ୍କ ମାରି ଫିଲ୍ମର ଏହା ହେଉଛି ଦ୍ୱିତୀୟ ପାର୍ଟ। ଏହି ଫିଲ୍ମରେ ଦର୍ଶକମାନେ ସାଇ ପଲ୍ଲବୀଙ୍କ ସହିତ ଧନୁଷଙ୍କୁ ଦେଖିବାକୁ ପାଇବେ। ଦମଦାର ଆକ୍ସନ ସାଙ୍ଗକୁ ରୋମାନ୍ସ ଏହି ଫିଲ୍ମକୁ ସ୍ୱତନ୍ତ୍ର କରିପାରିଛି। ତାମିଲ୍ ଭାଷାରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ହିନ୍ଦୀ ଭାଷାରେ ମଧ୍ୟ ୟଟ୍ୟୁବରେ ଉପଲବ୍ଧ।

LEAVE A REPLY

Please enter your comment!
Please enter your name here