ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ସାଉଥ୍ ସୁପରଷ୍ଟାର ବିଜୟଙ୍କ ଜନ୍ମଦିନ।

ସାଉଥ୍ ଫିଲ୍ମକୁ ହିନ୍ଦୀ ଭାଷାରେ ଦେଖିବାକୁ ଏବେ ଅଧିକାଂଶ ଯୁବପିଢି ଇଚ୍ଛାପ୍ରକାଶ କରୁଛନ୍ତି। ଯାହା ଫଳରେ ଅନେକ ସାଉଥ୍ ଫିଲ୍ମ ଏବେ ହିନ୍ଦୀ ଭାଷାରେ ଡବିଂ ହୋଇ ରିଲିଜ୍ ହେଉଛି। ତେବେ ଆଜି ଆମେ ସାଉଥ୍ ସୁପରଷ୍ଟାର ବିଜୟଙ୍କ କେତୋଟି ହିନ୍ଦୀ ଡବିଂ ଫିଲ୍ମ ବିଷୟରେ ଆଲୋଚନା କରିବା।

ଇଣ୍ଡିଆନ୍ ସୋଲଜର ନେଭର୍ ଅନ୍ ଡ୍ୟୁଟି

୨୦୧୨ରେ ରିଲିଜ୍ ହୋଇଥିବା ଏହି ତାମିଲ ଫିଲ୍ମରେ ବିଜୟଙ୍କ ସହ କାଜଲ ଅଗ୍ରୱାଲ ଅଭିନୟ କରିଛନ୍ତି। ଏଥିରେ ବିଜୟଙ୍କୁ ଜଣେ ଭାରତୀୟ ସୋଲଜର ଭୂମିକାରେ ଦେଖିବାକୁ ମିଳିବ। ଏଥିସହ ସେ କିଭଳି ଗୋଟିଏ ମିଶନରେ ସଫଳ ହେଉଛନ୍ତି ତାହା ଏହି ଫିଲ୍ମରେ ଦେଖିବାକୁ ମିଳିବ।

ପୋଲିସୱାଲା ଗୁଣ୍ଡା ୨

୨୦୧୪ରେ ରିଲିଜ୍ ହୋଇଥିବା ତାମିଲ ଭାଷୀ ଫିଲ୍ମ ଜିଲ୍ଲାର ଏହା ହେଉଛି ହିନ୍ଦୀ ଡବିଂ। ଏଥିରେ ଆପଣ ବିଜୟଙ୍କ ସହ ସାଉଥ୍ ସୁନ୍ଦରୀ କାଜଲ ଅଗ୍ରୱାଲଙ୍କୁ ଦେଖିବାକୁ ପାଇବେ। ତା ସହିତ ଏହି ଫିଲ୍ମରେ ସାଉଥର ଦମଦାର ଆକ୍ଟର ମୋହନ ଲାଲ ମଧ୍ୟ ଅଭିନୟ କରିଛନ୍ତି। ପୋଲିସକୁ ଘୃଣା କରୁଥିବା ଜଣେ ଯୁବକ କିଭଳି ନିଜେ ପୋଲିସ ହେଉଛି ତାହା ଏହି ଫିଲ୍ମରେ ଦେଖିବାକୁ ମିଳିବ।

ପୁଲି

୨୦୧୫ରେ ରିଲିଜ୍ ହୋଇଥବା ତାମିଲ ଫିଲ୍ମ ପୁଲିର ଏହି ଫିଲ୍ମ ହେଉଛି ହିନ୍ଦୀ ରିମେକ୍। ଏଥିରେ ବିଜୟଙ୍କ ସହ ଦୁଇ ସାଉଥ ସୁନ୍ଦରୀ ଶ୍ରୁତି ହାସନ ଓ ହଂସିକା ମୋଟୱାନି ଅଭିନୟ କରିଛନ୍ତି। ଏହି ଫିଲ୍ମର କାହାଣୀ ଏକ ଚତ୍ମକାର ବିଷୟକୁ ନେଇ ନିର୍ମିତ ହୋଇଛି।

ଥେରି

୨୦୧୬ରେ ରିଲିଜ୍ ହୋଇଥିବା ତାମିଲ ଫିଲ୍ମ ଥେରିର ଏହା ହେଉଛି ହିନ୍ଦୀ ରିମେକ୍। ଏହି ଫିଲ୍ମରେ ବିଜୟଙ୍କ ସହ ସାମନ୍ଥା ଓ ଆମି ଜ୍ୟାକସନ ନଜର ଆସିବେ। ଏଥିସହ ଏହି ଫିଲ୍ମରେ ଆପଣ ଏକ ପ୍ରେମ କାହାଣୀ  ସହିତ ସସପେନ୍ସ ଭରା କେତେକ ଦୃଶ୍ୟ ଦେଖିବାକୁ ପାଇବେ।

LEAVE A REPLY

Please enter your comment!
Please enter your name here