ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

samantha-1

ଦମଦାର ଆକ୍ସନ ହେଉ ବା ରୋମାନ୍ସ,, ଦର୍ଶକଙ୍କ ମଧ୍ୟରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ବେଶ୍ ସଫଳ ରହିଛି ସାଉଥ୍ ଇଣ୍ଡଷ୍ଟ୍ରୀ। ଏପରିକି ବଲିଉଡର ଅଧିକାଂଶ ଫିଲ୍ମ ସାଉଥ୍ ଫିଲ୍ମର କାହାଣୀ ଉପରେ ଆଧାରିତ। ତେବେ ତେଲୁଗୁ ଇଣ୍ଡଷ୍ଟ୍ରୀର ଟପ୍ ଅଭିନେତ୍ରୀ ଭାବେ ସମସ୍ତଙ୍କ ମନ ଜିଣିଛନ୍ତି ସାମନ୍ଥା ଅକିନେନି।

ସାଉଥ୍ ଫିଲ୍ମର ଅଭିନେତ୍ରୀ ସାମନ୍ଥା ଲଗାତାର ଭାବେ ଦେଇଚାଲିଛନ୍ତି ହିଟ୍ ଫିଲ୍ମ। ତେଣୁ ଏକ ସର୍ଭେରୁ ଜଣାପଡ଼ିଛି ଯେ ସାମନ୍ଥା ହେଉଛନ୍ତି ସବୁଠାରୁ ଅଧିକ ପସନ୍ଦ କରାଯାଇଥିବା ତେଲୁଗୁ ଅଭିନେତ୍ରୀ। ସାମନ୍ଥା ସାଉଥର ଲୋକପ୍ରିୟ ଅଭିନେତା ଜୁନିୟର ଏନଟିଆର, ରାମଚରଣ, ମହେଶ ବାବୁ ଆଦିଙ୍କ ସହ କାମ କରିଛନ୍ତି। ସେ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ଅଭିନେତା ନାଗା ଚୈତନ୍ୟଙ୍କୁ ବିବାହ କରିଛନ୍ତି।

telugu actresses

ତେବେ ଟପ୍ ୩ରେ ସାମନ୍ଥାଙ୍କ ପରେ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ଅଭିନେତ୍ରୀ କାଜଲ ଅଗ୍ରଓ୍ୱାଲ ଏବଂ ଅନୁଷ୍କା ସେଟ୍ଟି। କାଜଲ ଅଗ୍ରଓ୍ୱାଲ ବଲିଉଡର କେତେଟା ଫିଲ୍ମରେ ନଜର ଆସିଥିଲେ ମଧ୍ୟ ସାଉଥ୍ଇଣ୍ଡଷ୍ଟ୍ରୀରେ ସେ ଖୁବ୍ ଚର୍ଚ୍ଚିତ। ‘ବାହୁବଲୀ’ ଫେମ୍ ଅନୁଷ୍କା ସେଟ୍ଟିଙ୍କ ଲୋକପ୍ରିୟତା ମଧ୍ୟ ଖୁବ୍ ଅଧିକ। ତେବେ ସାଉଥର ଟପ୍ ୧୦ ଅଭିନେତ୍ରୀଙ୍କ ମଧ୍ୟରେ ତମନ୍ନା ଭାଟ୍ଟିଆ ଏବଂ ପୂଜା ହେଗଡ଼େ ମଧ୍ୟ ସାମିଲ୍ ଅଛନ୍ତି।

Comment