ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ ସମୟରେ ସାଉଥ୍ ଫିଲ୍ମ ଦେଖିବାକୁ ଯୁବବର୍ଗଙ୍କ ଭିତରେ ଅଦ୍ଭୁତପୂର୍ବ ଉତ୍ସାହ ଦେଖିବାକୁ ମିଳୁଛି। ଯେଉଁ କାରଣରୁ ସାଉଥ୍ ଫିଲ୍ମ ନିର୍ମାତାମାନେ ମଧ୍ୟ ବିଗ୍ ବଜେଟ୍ ଫିଲ୍ମ ନିର୍ମାଣ କରୁଛନ୍ତି। ଜବରଦସ୍ତ ଆକ୍ସନ ସାଙ୍ଗକୁ ରୋମାନ୍ସ ଓ ଷ୍ଚୋରୀ ସାଉଥ୍ ଫିଲ୍ମକୁ ଅନ୍ୟମାନଙ୍କ ଅପେକ୍ଷା ଅଲଗା କରିଥାଏ। ଆଗକୁ ସେଭଳି କିଛି ଫିଲ୍ମ ମଧ୍ୟ ରିଲିଜ୍ ହେବାକୁ ଯାଉଛି।
ଆଦିପୁରୁଷ

ବାହୁବଳୀ ଷ୍ଟାର ପ୍ରଭାସଙ୍କ ଫିଲ୍ମ ଆଦିପୁରୁଷକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଲାଗିରହିଛି। ଏହି ଫିଲ୍ମରେ ତାଙ୍କ ସହ ସୈଫ ଅଲ୍ଲୀ ଖାନ ଓ କିର୍ତ୍ତୀ ସନନ ନଜର ଆସିବେ। ଏହି ଫିଲ୍ମକୁ ଓମ ରାଉତ ନିର୍ଦ୍ଦେଶନା ଦେଉଥିବାବେଳେ ଏହାର କାହାଣୀ କାହା ଉପରେ ପର୍ଯ୍ୟବେସିତ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ତେବେ ଏଥିରେ ପ୍ରଭାସଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିବ। ତେଣୁ ଏହି ଫିଲ୍ମକୁ ସିନେପ୍ରେମୀମାନେ ବେଶ ଆଗ୍ରହର ସହ ଅପେକ୍ଷା କରିଛନ୍ତି।

ରାଧେଶ୍ୟାମ

ଆଦିପୁରୁଷ ସହ ଆଗାମୀ ଦିନରେ ପ୍ରଭାସଙ୍କ ଆଉ ଏକ ଫିଲ୍ମ ରାଧେଶ୍ୟାମ ମଧ୍ୟ ରିଲିଜ୍ ହେବାକୁ ଯାଉଛି। ଯେଉଁଥିରେ ସେ ସାଉଥ୍ ସୁନ୍ଦରୀ ପୂଜା ହେଗଡେଙ୍କ ସହ ନଜର ଆସିବେ। ନିକଟରେ ଏହାର ଏକ ମୋସନ ଭିଡିଓ ମଧ୍ୟ ରିଲିଜ ହୋଇଛି। ଏହି ଭିଡିଓରେ ପ୍ରଭାସ ଓ ପୂଜାଙ୍କୁ ଏକ ଟ୍ରେନ୍ ଉପରେ ରୋମାଣ୍ଟିକ୍ ଅନ୍ଦାଜରେ ଦେଖିବାକୁ ଦେଖିବାକୁ ମିଳିଛି। ଯାହାକୁ ଦର୍ଶକମାନେ ବେଶ ପସନ୍ଦ କରିଛନ୍ତି। ତେବେ ଏହି ଫିଲ୍ମ କେବେ ରିଲିଜ୍ ହେବ ସେନେଇ କୌଣସି ଦିନ ଧାର୍ଯ୍ୟ ହୋଇନି।ପୁଷ୍ପା

ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅପକମିଙ୍ଗ ଫିଲ୍ମ ହେଉଛି ପୁଷ୍ପା। ଏକାଧିକ ଭାଷାରେ ନିର୍ମିତ ହେଉଥିବା ଏହି ଫିଲ୍ମ ତେଲୁଗୁ ସହ ମାଲାୟାଲାମ୍, ହିନ୍ଦୀ, ତାମିଲ ଓ କନ୍ନଡ ଭାଷାରେ ମଧ୍ୟ ରିଲିଜ ହେବ। ଏହି ଫିଲ୍ମରେ ତାଙ୍କ ସହ ରଶ୍ମିକା ମାନ୍ଦାନା ମଧ୍ୟ ରହିଛନ୍ତି। ଏହି ଫିଲ୍ମକୁ ସୁକୁମାର ନିର୍ଦ୍ଦେଶନା ଦେଇଛନ୍ତି।କେଜିଏଫ୍ ୨

ସାଉଥ ବ୍ଲକ୍ ବ୍ଲଷ୍ଟର ମୁଭି କେଜିଏଫ୍ ପରେ ଏହାର ଦ୍ୱିତୀୟ ପାର୍ଟ ମଧ୍ୟ ରିଲିଜ୍ ହେବାକୁ ଯାଉଛି। ଏଥିରେ ମଧ୍ୟ ଦର୍ଶକମାନେ ୟଶଙ୍କୁ ଦେଖିବାକୁ ପାଇବେ। ପ୍ରଥମ ପାର୍ଟ ଭଳି ଏହି ପାର୍ଟ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଏହାର ନିର୍ମାତାମାନେ କହିସାରିଲେଣି। ଚଳିତ ଫେବ୍ରୁଆରି ମାସରେ ଏହି ଫିଲ୍ମ ରିଲିଜ୍ ହେବାକୁ ଥିଲା। ହେଲେ କରୋନା କାରଣରୁ ଏହାର ରିଲିଜ୍ ସମୟ ଘୁଞ୍ଚାଇ ଦିଆଯାଇଛି।

Comment