ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସାଉଥ୍‌ ସୁପରଷ୍ଟାର ପ୍ରଭାସ ଓ ବଲିଉଡ ଅଭିନେତା ସୈଫ୍‌ ଅଲ୍ଲୀ ଖାନ ନିଜର ବିଗ୍‌ ବଜେଡ ଫିଲ୍ମ ‘ଆଦିପୁରୁଷ’ର ସୁଟିଂ ଆରମ୍ଭ କରିଛନ୍ତି। ପ୍ରଭାସ ନିଜେ ଟୁଇଟ କରି ଫ୍ୟାନ୍ସମାନଙ୍କୁ ଏହି ଗୁଡ୍‌ନ୍ୟୁଜ ଦେଇଛନ୍ତି। ପ୍ରଭାସଙ୍କ ଏହି ପୋଷ୍ଟ ଫ୍ୟାନ୍ସଙ୍କ ଭିତରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି।

ରାମାୟଣ ଉପରେ ଆଧାରିତ ଏହି ଫିଲ୍ମରେ ଓମ୍ ରାୱତ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ପ୍ରଭାସ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଭୂମିକାରେ ଅଭିନୟ କରୁଥିଲା ବେଳେ ସୈଫ୍‌ଙ୍କୁ ଲଙ୍କପତି ରାବଣ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।

କରୋନା ସମୟରେ ଭାରତର ଯେକୌଣସି ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏହା ହେବ ସବୁଠୁ ହାଇ ବଜେଟ୍‌ର ସିନେମା ବୋଲି କୁହାଯାଉଛି। କାରଣ ଏହି ଫିଲ୍ମର ବଜେଟ ୪୦୦ କୋଟି ରହିଛି। ତେବେ ଏହି ଫିଲ୍ମଟି ୨୦୨୨ରେ ରିଲିଜ ହେବାର ଜଣାପଡ଼ିଛି।

Comment