ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ ଚଳଚ୍ଚିତ୍ର ‘ଆଦିପୁରୁଷ’ର ଡାଏଲଗକୁ ନେଇ ଟ୍ରୋଲିଂ ହେବା ପରେ ଏବେ ହାତ ଯୋଡ଼ି କ୍ଷମା ପ୍ରାର୍ଥନା କରିଛନ୍ତି ଡାଏଲଗ ଲେଖକ ମନୋଜ ମୁନ୍ତଶିର। ସାଧୁ ସନ୍ଥ ଏବଂ ଶ୍ରୀରାମଙ୍କ ଭକ୍ତମାନଙ୍କ ଭାବନାକୁ ଆଘାତ ଲାଗିଥିବାରୁ ଟୁଇଟ କରି କ୍ଷମା ମାଗିଛନ୍ତି ମନୋଜ।

ଓମ ରାଉତ ନିର୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ‘ଆଦିପୁରୁଷ’ ରିଲିଜ ପୂର୍ବରୁ ହିଁ ବିବାଦରେ ରହିଆସିଛି। ଚଳଚ୍ଚିତ୍ରର ଡାଏଲଗଗୁଡ଼ିକୁ ଦର୍ଶକଙ୍କୁ ବିଲକୁଲ ପସନ୍ଦ ଆସିନଥିଲା। ଡାଏଲଗକୁ ନେଇ ଆଲୋଚନା ସମାଲୋଚନା ଏବେବି ଚାଲିଛି। କେବଳ ସେତିକି ନୁହେଁ ଡାଏଲଗ୍ ଲେଖକ ମନୋଜ ମୁନ୍ତଶିରଙ୍କୁ ମଧ୍ୟ ଖୁବ୍ ଟ୍ରୋଲ କରାଯାଉଛି। ଏତେ ସବୁ ପରେ ଏବେ ହାତ ଯୋଡ଼ି କ୍ଷମାପ୍ରାର୍ଥନା କରିଛନ୍ତି ମନୋଜ।

ଆଦିପୁରୁଷ ରିଲିଜ ହେବା ପରେ ଏହାର ଡାଏଲଗଗୁଡ଼ିକୁ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଯିବା ପରେ ଡାଏଲଗଗୁଡ଼ିକୁ ପରିବର୍ତ୍ତନ କରାଯାଇଥିଲା। ତଥାପି ଦର୍ଶକ ଏହି ଚଳଚ୍ଚିତ୍ରଟିକୁ ଖାସ ପସନ୍ଦ କଲେ ନାହିଁ। କେବଳ ଡାଏଲଗ ନୁହେଁ ଅଭିନେତା ପ୍ରଭାସଙ୍କୁ ରାମଙ୍କ ଚରିତ୍ରରେ ମଧ୍ୟ ଦର୍ଶକ ପସନ୍ଦ କରିନାହାନ୍ତି।

Tags: #Adipurush #BollywoodCinema #HindiFilm #Controversy

Comment