ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ନାହାନ୍ତି ବଲିଉଡ ସିନେମା ‘ଦଙ୍ଗଲ’ରେ ଛୋଟ ବବିତା ଚରିତ୍ରରେ ଅଭିନୟ କରିଥିବା ସୁହାନୀ ଭଟନାଗର। ଭୁଲ ଚିକିତ୍ସା ପାଇଁ ମାତ୍ର ୧୯ ବର୍ଷ ବୟସରେ ସୁହାନୀଙ୍କର ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି।

କିଛି ଦିନ ପୂର୍ବରୁ ସୁହାନୀଙ୍କ ଗୋଡ଼ରେ ମାଡ଼ ହୋଇଥିଲା। ଗୋଡ଼ରେ ଫ୍ୟାକ୍‌ଚର ହୋଇଥିବାରୁ ସେ ଏହାର ଚିକିତ୍ସା କରାଇଥିଲେ। ଚିକିତ୍ସା ସମୟରେ ସୁହାନୀ ଖାଉଥିବା ମେଡିସିନର ସାଇଡ ଇଫେକ୍ଟ ଯୋଗୁଁ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଥିଲା। ଏହା ପରେ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସୁହାନୀଙ୍କର ଦେହାନ୍ତ ହୋଇଥିଲା।

‘ଦଙ୍ଗଲ’ ସିନେମାର ସଫଳତା ପରେ ସୁହାନୀଙ୍କୁ ଟିଭି ସିରିଏଲ ଏବଂ ଅନେକ ବିଜ୍ଞାପନରେ ଦେଖିବାକୁ ମିଳିଛି। କିଛି ଦିନ ହେଲା ସୁହାନୀ ଅଭିନୟ ଛାଡ଼ି ପାଠପଢ଼ା ଉପରେ ଧ୍ୟାନ ଦେଉଥିଲେ।

Tags: #BollywoodCinema #CinemaActress #SuhaniBhatnagar #CinemaActress #Death

LEAVE A REPLY

Please enter your comment!
Please enter your name here