ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକପ୍ରିୟ ବଲିଉଡ଼ ଫିଲ୍ମ ଏବଂ ଟିଭି ଅଭିନେତା ସମୀର ଖାଖରଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ବିଭିନ୍ନ ରୋଗରେ ପୀଡ଼ିତ ହୋଇ ସେ କିଛି ଦିନ ହେଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ହିନ୍ଦୀ ଚଳଚ୍ଚିତ୍ର ‘ଜବାବ ହମ ଦେଙ୍ଗେ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ସମୀର ଖାଖର। ଏହା ପରେ ‘ଶେହନଶାହ’, ‘ଗୁରୁ’, ‘ନଫରତକି ଆନ୍ଧୀ’, ‘ପରିନ୍ଦ’ ଭଳି ଅନେକ ଚର୍ଚ୍ଚିତ ସିନେମାରେ ଅଭିନୟ କରିଛନ୍ତି।

ଟେଲିଭିଜନ ସୋ’ ‘ନୁକ୍କଡ଼’ରେ ‘ଖୋପଡ଼ି’ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ ସମୀର। ତାଙ୍କ ବିୟୋଗରେ କଳାକାର ଏବଂ କଳାପ୍ରେମୀଙ୍କ ମଧ୍ୟରେ ଶୋକ ପ୍ରକାଶ ପାଇଛି। ସମୀର ଖାଖର ଚାରି ଦଶକ ଧରି ଫିଲ୍ମ ଏବଂ ଟେଲିଭିଜନ ଜଗତରେ କାମ କରି ଦର୍ଶକଙ୍କ ହୃଦୟ ଜୟ କରିଛନ୍ତି।

ଏହା ପରେ ସେ ୧୯୯୦ ମସିହାରେ ଭାରତ ଛାଡ଼ି ଆମେରିକାରେ ଜାଭା କୋଡର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୮ ମସିହାରେ ଆସିଥିବା ଆର୍ଥିକ ମାନ୍ଦାବସ୍ଥା କାରଣରୁ ସେ ପୁଣି ଭାରତକୁ ଫେରି ଆସିଥିଲେ।

ସମୀର ଖାଖର ‘ନୁକ୍କଡ଼’ ବ୍ୟତୀତ, ‘ସର୍କସ’, ‘ଶ୍ରୀମାନ ଶ୍ରୀମତି’ ଏବଂ ‘ଆଦାଲତ’ ଭଳି ଲୋକପ୍ରିୟ ହିନ୍ଦୀ ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି।

ନିକଟରେ ସେ  ସୁଧୀର ମିଶ୍ରଙ୍କ ନେଟଫ୍ଲିକ୍ସ ଫିଲ୍ମ ‘ସିରିୟସ ମ୍ୟାନ’, ଜି୫ ସିରିଜ ‘ସନଫ୍ଲାଓ୍ଵାର’ ଏବଂ ପ୍ରାଇମ ଭିଡିଓର ‘ଫର୍ଜି’ରେ ଅଭିନୟ କରିଥିଲେ। ତାଙ୍କ ଅଭିନୟକୁ ଦର୍ଶକୀୟ ଆଦ୍ରୁତି ମିଳିଛି।

Tags: #Television #Actor #BollywoodCinema #Death #SameerKhakhar

LEAVE A REPLY

Please enter your comment!
Please enter your name here