ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଫିଲ୍ମ ‘ଲଭ୍ ସୋନିଆ’ର ଟ୍ରେଲର ଆଜି ରିଲିଜ୍ ହୋଇଯାଇଛି। ଏହି ଫିଲ୍ମରେ ବଲିଉଡର ଲୋକପ୍ରିୟ ଅଭିନେତା ମନୋଜ ବାଜପେୟୀ, ରିଚା ଚଡ୍ଡା, ରାଜକୁମାର ରାଓ, ମୃଣାଳ ଠାକୁର ଏବଂ ପ୍ରିଡ଼ା ପିଣ୍ଟୋ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି।

ତାଙ୍କ ଦ୍ୱାରା ଅଭିନୀତ ଏହି ଫିଲ୍ମଟି ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏହି ଫିଲ୍ମରେ ଜଣେ ୧୭ ବର୍ଷିୟ ଯୁବତୀ ତା’ର ଭଉଣୀକୁ କିପରି ମାନବାଧିକାର ଠାରୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଉଛି ତାହା ଏଠାରେ ଦର୍ଶାଯାଇଛି । ତେବେ ଦେଖିବାକୁ ବାକି ରହିଲା ଏହି ଫିଲ୍ମଟି ବକ୍ସ ଅଫିସରେ କେବେ ସଫଳତା ଅର୍ଜନ କରୁଛି।

ତବରେଜ୍ ନୁରାନୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ଆସନ୍ତା ମାସ ସେପ୍ଟେମ୍ବର୧୪କୁ ରିଲିଜ୍ ହେବାକୁ ଯାଉଛି।

Comment